ଆଞ୍ଚଳିକ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତି Angul OnlineJuly 9, 2022July 9, 2022 ଅନୁଗୁଳ – ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ତାଳ ଟାକୁଆ ଓ କୁରୁଟରେ ଚତୁର୍ଦ୍ଧାମୁରତିଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ରଜତ । ସୂଚନା ଅନୁସାରେ ଅନୁଗୁଳ ବଅଁରପାଳ ବ୍ଲକ ଅନ୍ତର୍ଗତ ଗାଙ୍ଗିଯୋଡ଼ି ଗ୍ରାମର ଚିତ୍ରଶିଳ୍ପୀ ରଜତ ରଞ୍ଜନ ନାଥ ବିଭିନ୍ନ ପ୍ରକାରର ଜିନିଷରେ ସବୁବେଳେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ବେଶ ପ୍ରଶଂସିତ ହୋଇଥାନ୍ତି । କିଛିଦିନ ତଳେ ହିମାଚଳ ପ୍ରଦେଶର ଯମୁନା ପର୍ବତର ୬ ହଜାର ମିଟର ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିବେଶ ପ୍ରଶଂସିତ ହୋଇଥିଲେ । ଆଜି ପୁଣି ବାହୁଡ଼ା ଯାତ୍ରା ଉପଲକ୍ଷେ ରଜତ ତାଳ ଟାକୁଆ ଓ ତାଳର କୁରୁଟ ଓ ବିଭିନ୍ନ ରଙ୍ଗ ସଂଗ୍ରହ କରି ପ୍ରଭୁ ଜଗନ୍ନାଥଙ୍କ ଓ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଚିତ୍ର ଆଙ୍କିଛନ୍ତି । ଯାହାକୁ ବେଶ ପ୍ରଶଂସା କରୁଛନ୍ତି ଲୋକ । Advertisement
ସମର୍ପଣ ଏକାଡ଼େମୀର ଶତ ପ୍ରତିଶତ ରେଜଲ୍ଟ ଅନୁଗୁଳ – ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ଶତ ପ୍ରତିଶତ ଫଳ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ…
ମା ବାସନ୍ତୀଙ୍କ ଆଶିଷ ଲାଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଦିନ ତମାମ ତାଳଚେରରେ ବିଭିନ୍ନ କାର୍ଯ୍ୟକ୍ରମରେ…
ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ମୃତ ଦେହ ଉଦ୍ଧାର ହୋଇଛି ।…