ତୁରନ୍ତ ଜାତୀୟ ରାଜପଥ ମରାମତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ତୁରନ୍ତ ଜାତୀୟ ରାଜପଥ ମରାମତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଅଁରପାଳ ଠାରେ ଏହି ରାଜପଥରେ ଆଣ୍ଠୁଏ ଲେଖାଏଁ ଖାଲ ସାଙ୍ଗକୁ କାଦୁଅ ପଚପଚ ହୋଇ ରହିଛି । ଯାହା ଫଳରେ ସେହି ରାସ୍ତା ଦେଇ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ଏହି ଦୁଇ ଜାତୀୟ ରାଜପଥର ଅବସ୍ଥା ଏପରି ହୋଇଛି ଯେ ରାସ୍ତାରେ ମାଛ ମାରୁଥିବାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବା ସହ ସାମାଜିକ ମାଧ୍ୟମରେ ଅନେକ ଲୋକ ରାସ୍ତାକୁ ନେଇ ନିନ୍ଦା କରିବା ସହ ପ୍ରଶାସନ , ଲୋକ ପ୍ରତିନିଧି ମାନଙ୍କୁ ଭର୍ତ୍ସନା କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏହାର ପ୍ରତିବାଦ ପରେ ଏହାକୁ ନେଇ ଆଜି ବିଧାନସଭାରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରଶ୍ନ କରିଛନ୍ତି । ଆଉ ଏତେ ଦିନ ପରେ ଲୋକ ପ୍ରତିନିଧି ଜଣେ ଉଚ୍ଚ ସ୍ତରରେ ପ୍ରଶ୍ନ କରି ଜାତୀୟ ରାଜପଥ ପାଇଁ ଚିନ୍ତା କରିଥିବାରୁ ସାଧାରଣ ମହଲରେ ଧନ୍ୟବାଦ ଦେଇଛନ୍ତି ଲୋକେ । ତେବେ ଆଜି ଏହି ଜାତୀୟ ରାଜପଥର ଦୂରାବସ୍ଥା ପାଇଁ  ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଚିନ୍ତା ପ୍ରକଟ କରିବା ସହ ଏକ ବୈଠକ ଡାକି ଆଲୋଚନା କରିଥିଲେ ।  ଏନଏଚଏଆଇକୁ ବଅଁରପାଳ – ଅନୁଗୁଳ ସିଟି ଷ୍ଟ୍ରେଚ୍ ଓ ଏନଏଚ ୫୫ ର ତୁରନ୍ତ ମରାମତି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ – କନଫରେନ୍ସିଂ ଜରିଆରେ ଆୟୋଜିତ ଏହି ବୈଠକରେ ମହାପାତ୍ର ଏନଏଚଏଆଇ କୁ ଅନୁଗୁଳ ସିଟି ବାଇପାସ୍ ରୋଡ୍ ନିର୍ମାଣକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ , ମୁଖ୍ୟ ସଚିବ (କାର୍ଯ୍ୟ) ବିର ବିକ୍ରମ ଯାଦବ, ଇଞ୍ଜିନିୟର ଇନ ଚିଫ ମନୋରଂଜନ ମିଶ୍ର, ଓଏସଡ଼ି ଟୁ ଚିଫ ସେକ୍ରେଟାରୀ ଦିଲ୍ଲୀପ ରାଉତ ଏବଂ ଏନଏଚଏଆଇ ସିଜିଏମ ରାମ ଚନ୍ଦ୍ର ପଣ୍ଡା ଉପସ୍ଥିତ କରିଥିଲେ ।

What’s your Reaction?
+1
2
+1
0
+1
2
+1
1
+1
7
+1
3
+1
1

Leave a Reply