ମୁଖ୍ୟ ଖବର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଲା – ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍ Angul OnlineJuly 27, 2022July 27, 2022 ଅନୁଗୁଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଅନୁଗୁଳ ଜିଲ୍ଲାର ବିଜ୍ଞାନରେ ୯୪.୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲାବେଳେ ବାଣିଜ୍ୟରେ ୮୧.୨୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲ୍ଲାରୁ ଏଥର ୨୫୦୫ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେବା ପାଇଁ ନାମ ପଂଜୀକରଣ କରିଥିଲେ । ଏଥିରୁ ୨୪୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୨୩୦୪ ଜଣ ପାସ୍ କରିଛନ୍ତି । ଏଥିରୁ ୧୫୬୩ ଜଣ ପ୍ରଥମ ଶ୍ରେଣୀରେ, ୫୩୬ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୨୦୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ଜଣେ କମ୍ପାର୍ଟମେଣ୍ଟରେ ପାସ୍ କରିଥିବା ବେଳେ ଜିଲ୍ଲାରେ ପାସ୍ ହାର ୯୪.୫୦ ରହିଛି । ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରି ୧୦ ଜଣ ଧରାପଡ଼ିଛନ୍ତି । ସେହିଭଳି ବାଣିଜ୍ୟରେ ଅନୁଗୁଳ ଜିଲ୍ଲାରେ ୪୨୭ ଜଣ ପରୀକ୍ଷା ଦେଇଥିଲେ । ଶେଠୀ ମଧ୍ୟରୁ ୧୦ ଜଣ ପରୀକ୍ଷା ଦେଇ ନ ଥିବା ବେଳେ ୪୧୭ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୩୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥିରୁ ୧୨୧ ଜଣ ପ୍ରଥମ ଶ୍ରେଣୀ, ୧୦୧ ଜଣ ଦ୍ବିତୀୟ ଶ୍ରେଣୀ ଓ ୧୧୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରି ଜଣେ ଧରା ପଡ଼ିଥିବା ବେଳେ କମ୍ପାର୍ଟମେଣ୍ଟ ୨ ଜଣ ପାସ୍ କରିଛନ୍ତି । ଜିଲ୍ଲାରେ ପାସ୍ ହାର ୮୧.୨୯ ପ୍ରତିଶତ ରହିଛି । Advertisement
ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ…
ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା…
ଓଡିଶାରେ ତିନୋଟି କୋଇଲା ଖଣି ପାଇଁ କେନ୍ଦ୍ର ମନ୍ତ୍ରଣାଳୟର ଚୁକ୍ତିନାମା ସ୍ୱାକ୍ଷର ଭୁବନେଶ୍ବର – କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସୋମବାର ଓଡିଶାରେ ଅବସ୍ଥିତ ତିନୋଟି କୋଇଲା ଖଣି ପାଇଁ କୋଇଲା ଖଣି ବିକାଶ ଏବଂ ଉତ୍ପାଦନ ଚୁକ୍ତିନାମାକୁ ସଫଳତାର ସହ…