ମୁଖ୍ୟ ଖବର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ Angul OnlineAugust 15, 2022August 15, 2022 ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ତାଳଚେର କାରିଗର ପଡାର ୮ ନମ୍ବର ୱାର୍ଡରେ ବାହାର ଅଞ୍ଚଳର କିଛି ଯୁବକ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ । ତେବେ ସାହିର କିଛି ଯୁବକ ସେମାନଙ୍କୁ ବାରଣ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ପାଟିତୁଣ୍ଡ ବେଳେ ବାହାରୁ ଆସିଥିବା ଯୁବକ ମାନେ ହଠାତ ଖଣ୍ଡା , ହକି ଷ୍ଟିକ ଆଦି କାଢି ଆକ୍ରମଣ କରିଥିଲେ । ସାହି ଯୁବକ ମାନଙ୍କୁ ଆକ୍ରମଣ କରିବା ସହ ସେଠାରେ ଥିବା ଗାଡି ମୋଟର ଭଙ୍ଗାରୁଜା କରିଥିଲେ । ଏମାନଙ୍କ ଆକ୍ରମଣରେ ସାହିର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ସାମାନ୍ୟ ଆହତ ହୋଇଛନ୍ତି । ଅସାମାଜିକ ଯୁବକମାନଙ୍କ ଏଭଳି କାଣ୍ଡ ପରେ ସାହିଲୋକ ପୁଲିସକୁ ସୂଚନା ଦେଇଥିଲେ । ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡିଛି । Advertisement
ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ…
ଜାତୀୟ ରାଜପଥ ପାଇଁ ଉଚ୍ଚ ସ୍ତରୀୟ ବୈଠକ – ଦେଢ ମାସ ଭିତରେ ସରିବ ମରାମତି କାମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଦୁରବସ୍ଥା ନେଇ ଆଜି ଅନୁଗୁଳ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ…
ବିଦ୍ୟୁତ୍ ବିଭାଗର ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ଅନୁଗୁଳ – ବିଦ୍ୟୁତ୍ ବିଭାଗର ( ପି ସି ଓ ଡି ଏଲ ) ବିଭିନ୍ନ ସେବାକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ…