Uncategorizedଆଞ୍ଚଳିକବାଣିଜ୍ୟ ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ Angul OnlineJanuary 8, 2021January 8, 2021 ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ ଏମସିଏଲର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଦେଶରେ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଥିବା ସମସ୍ତ ଖଣିରୁ କିପରି ସୁଚାରୁ ରୂପେ କୋଇଲା ଉତ୍ତୋଳନ ହୋଇପାରିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଲିଙ୍ଗରାଜ ଓ ଭୁବନେଶ୍ୱରି କୋଇଲା ଖଣିରେ ଦୁଇଟି CHP ପ୍ରସ୍ତୁତ କରାଯାଉଛି ତାହା ଅତିଶୀଘ୍ର ସମ୍ପୂର୍ଣ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଏହି CHP କାର୍ଯ୍ୟକାରୀ ହେଲେ ପ୍ରଦୂଷଣର ମାତ୍ରା ମଧ୍ୟ କମିବ । ଏମ.ସି.ଏଲ ଦ୍ୱାରା ନିର୍ମିତ ମେଡିକାଲ କଲେଜ ମଧ୍ୟ ଅତିଶୀଘ୍ର ଚାଲୁ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅପରପକ୍ଷରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଚେୟାରମ୍ୟାନଙ୍କୁ ଭେଟି ଏଗାର ଦଫା ଦାବିପତ୍ର ପ୍ରଦାନ କରିଥିଲେ । Advertisement
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…
ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର…
ଜନ ବସତିରେ କଂକ୍ରିଟ ପ୍ଲାଣ୍ଟ – ବିରୋଧ କାଲେ ସ୍ଥାନୀୟ ବାସିନ୍ଦା ଅନୁଗୁଳ – ରେସିଡେନ୍ସିଆଲ ଏରିଆରେ କଂକ୍ରିଟ ପ୍ଲାଣ୍ଟ । ତା ପୁଣି ବିନା କୌଣସି ଅନୁମତିରେ । ନା ପ୍ରଶାସନର ଅନୁମତି ନିଆ ଯାଇଛି ନା ପ୍ରଦୂଷଣ…