ଆଞ୍ଚଳିକ ବେଆଇନ୍ ରାସ୍ତାରେ କୋଇଲା ପରିବହନ – ୬୭ହଜାର ଫାଇନ୍ ଆଦାୟ Angul OnlineJuly 19, 2022July 19, 2022 ତାଳଚେର – ଅନୁଗୁଳ ଜିଲ୍ଲାର ସମଲ ଥାନା ପୋଲିସ ଅଧିକାରୀ ରାତି ପେଟ୍ରୋଲିଂ ସମୟରେ ୮ଟି କୋଇଲା ଟ୍ରକକୁ ବେଆଇନ୍ ରାସ୍ତାରେ କୋଇଲା ପରିବହନ କରୁଥିବାରୁ ଜବତ କରିଥିଲେ । ଜବତ କୋଇଲା ଟ୍ରକ ନମ୍ବର ଓଡି୧୯ଏମ ୦୧୬୪, ଓଡି ୦୪ପି ୩୫୪୯, ଓଡ଼ି ୩୫ଏଫ୍ ୮୨୧୮, ଓଡ଼ି୧୪ ଏକ୍ସ ୦୨୦୧, ଓଡ଼ି୩୫ଏଫ୍ ୮୨୫୨ରୁ ଉଭୟ ୧୦ ହଜାର ୫ଶହ ଟଙ୍କା ଓ ଓଡ଼ି୧୯ଏନ୍ ୮୬୫୨ରୁ ୧୦ହଜାର ଟଙ୍କାର ପାଇନ୍ ଆଦାୟ କରିଥିଲେ । ଠିକ୍ ସେହିପରି ଓଡ଼ି୩୫ଜି ୦୦୨୪ରୁ ୨ହଜାର ୫ଶହ ଓ ଓଡ଼ି୩୫ଏଫ୍ ୮୨୫୨ରୁ ୨ହଜାର ଟଙ୍କା ସର୍ବମୋଟ ୬୭ ହଜାର ଟଙ୍କା ଆଦାୟ ହେଇଥିଲା । କଣିହାଁରୁ ଗୋଡ଼ିବନ୍ଧ ଛକ ଦେଇ ଭାୟା ପିତିରି ରାସ୍ତାରେ ପରିବହନ ଅନୁମତି ଥିବାବେଳେ ସଂପୃକ୍ତ ଟ୍ରକ ଗୁଡ଼ିକ ସମଲ ଦେଇ ଯାଉଥିବାରୁ ଜବତ କରାଯାଇ ତାଳଚେର ପରିବହନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବହନ ଅଧିକାରୀ ଶ୍ରୀ ନିଖିଲ କୁମାର ପଟ୍ଟନାୟକ ସଂପୃକ୍ତ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ପରେ ୬୭ ହଜାର ଟଙ୍କାର ଫାଇନ ଆଦାୟ ପରେ ଗାଡ଼ି ଗୁଡ଼ିକୁ ଯିବାକୁ ଅନୁମତି ଦେଇଥିଲେ । Advertisement
ମେଡ଼ିକାଲ କଲେଜର ପରିଚାଳନା ରାଜ୍ୟ ସରକାର ନିଅନ୍ତୁ – କାଳନ୍ଦୀ ତାଳଚେର – ଓଡ଼ିଶା ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ତାଳଚେର ମେଡ଼ିକାଲ…
ଆୟୁର୍ବେଦ ଦିବସ ପାଳିତ ତାଳଚେର – ତାଳଚେର ଥର୍ମାଲ ଆଶାଲୋକ ଚିକିତ୍ସାଳୟ ଓ ଏନ ଟି ପି ସି/ ଟି ଟି ପି ଏସ ଦ୍ୱାରା ଡି ଏ ଭି ସ୍କୁଲ…
ଟ୍ରକ ମାଲିକ କରିବେ ଅର୍ଥନୈତିକ ଅବରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ଦୁଇଟି କୋଇଲା ଖଣିରେ ଛେଣ୍ଡିପଦା ବ୍ଲକ ଅଞ୍ଚଳର ଥିବା ଡାଲା ଟ୍ରକକୁ ଲୋଡିଙ୍ଗ ଦିଆଯାଉ ନଥିବା ପ୍ରତିବାଦରେ…