ମୁଖ୍ୟ ଖବର ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ Angul OnlineOctober 18, 2024October 18, 2024 ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ ଜୋରିମାନା ଆଦାୟ କରାଯାଇଅଛି । ସୂଚନା ଅନୁସାରେ ନୂତନ ଏସ.ପି. ରାହୁଲ ଜୈନ ଅନୁଗୁଳରେ ଯୋଗ ଦେବା ପରେ ଅନୁଗୁଳବାସୀ ଆଶାବାଦୀ ଥିଲେ ଯେ ସଦର ମହକୁମା ହେଉ କିମ୍ବା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଥିବା ଆଇନ ଶ୍ରୁଙ୍ଖଳା ପରିସ୍ଥିତି ଉପରେ ନଜର ଦେବେ । ତେବେ ଅନୁଗୁଳରେ ଯୋଗ ଦେବା ପରେ ପରେ ଏସପି ଜିଲ୍ଲାର ବିରିଷ୍ଠ ପୁଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ ସ୍ଵତନ୍ତ୍ର ଟିମ ମାନ ଗଠନ କରି ଆକ୍ସନ ମୁଡରେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ମଦ ମାଫିଆ ମାନଙ୍କୁ ଗିରଫ କରା ଯାଇଛି । ସେହିଭଳି ବିଭିନ୍ନ ସ୍ଥାନରେ ବେଆଇନବା ଭାବେ ଚାଲିଥିବା ବାଣ କାରଖାନାରେ ଚଢାଉ କରା ଯାଇଛି । ଏତିକିରେ ଅନୁଗୁଳ ପୁଲିସ ନ ରହି ବିଭିନ୍ନ ଅସମାଜିକ କାର୍ଯ୍ୟ କଳାପ ଉପରେ କଡା ନଜର ରଖିଛି ପୁଲିସ । ଏପରିକି ଟ୍ରାଫିକ ନିୟମ ଉଲଂଘନ କରିବା , ବେପରୁଆ ଭାବରେ ତିନିଜଣଙ୍କୁ ଦୁଇଚକିଆ ମୋଟର ଯାନରେ ବସାଇ ଗାଡି ଚଲାଉଥିବା ଉପରେ ଜୋରିମାନା କରା ଯାଇଛି । ଗତ ଦୁଇଦିନ ଭିତରେ ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ଟ୍ରାଫିକ ନିୟମ ଏବଂ ନିୟମାବଳୀ ମାନିବାକୁ ଅନୁଗୁଳ ପୁଲିସ ସମସ୍ତଙ୍କୁ ଅନୁରୋଧ କରିଅଛି। Advertisement
ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ…
କଣ୍ଟେନର ଧକ୍କାରେ ଶିକ୍ଷକ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ …
ତୁଟୁନି ପରିବହନ ବିବାଦ- ୮୦ଟ୍ରକ ମାଲିକ ଅଟକ , ଆନ୍ଦୋଳନ ଚେତାବନୀ ନାଲକୋନଗର – ନାଲକୋ ଟ୍ରକ ଓନର ୱେଲଫାୟାର ଆସୋସିଏସନ ଓ ଅନଗୁଳ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁନଥିବାରୁ ଟ୍ରକ ସଂଘ ପକ୍ଷରୁ …