ଅପରାଧ କଲେଜ ଛାତ୍ରୀଙ୍କୁ ହତ୍ୟା ଘଟଣା – ୨ ଅଟକ Angul OnlineJuly 25, 2021July 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଗତକାଲି ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଛି । କଲେଜ ଛାତ୍ରୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ ଉଦ୍ୟେଶରେ ଏହି ହତ୍ୟା କରା ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସବୁଦିନ ଭଳି ଗାଁ ନିକଟ ନାଳକୁ ଗତକାଲି(ଶନିବାର) ଗାଧେଇବାକୁ ଯାଇଥିବା ବେଳେ ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରା ଯାଇଥିଲା । ପରିବାର ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ବଅଁରପାଳ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ପୁଲିସ ଗିରିଧିବାସିଆ ଗାଁର ୪ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା । ତେବେ ଆଜି ସେହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ ଛାଡି ଦେଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପଚରାଉଚୁରା କରିଥିଲା । ପଚରାଉଚୁରା ବେଳେ ସେହି ଦୁଇ ଜଣ ଦୁଷ୍କର୍ମ ଉଦ୍ୟେଶରେ ଏହି ହତ୍ୟାକାଣ୍ଡ କରିଥିବା ଜଣା ପଡିଥିବା ସୂଚନା ମିଳିଛି । ତେବେ ଉଭୟ ନାବାଳକ ହୋଇଥିବା ବେଳେ ଉଭୟ ଅଧିକାଂଶ ଦିନ ନାଳ ନିକଟରେ ବସି ଗୁଳିଖଟି କରିଥାନ୍ତି । ଆଉ ସେହିଠାରେ ବସିବା ସମୟରେ ହିଁ କଲେଜ ଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖି ଆସୁଥିଲେ । ଆଉ ଗତକାଲି ଛାତ୍ରୀ ଜଣଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିବା ଉଦ୍ୟେଶରେ ଏଭଳି କାଣ୍ଡ କରିଥିବା ଜଣା ପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଛାତ୍ରୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ନା ନାହିଁ ତାହା ସ୍ପଷ୍ଟ ହେବ । Advertisement
ପଞ୍ଜାବରୁ ଆସି କରୁଥିଲେ ଅପରାଧ – ମାରଣାସ୍ତ୍ର ସହ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ପୁଲିସ କବଜାରେ ପଞ୍ଜାବର ଦୁଇ ଅପରାଧୀ । ଯେଉଁମାନେ ଅନୁଗୁଳ ଜିଲାରେ ରହି ବିଭିନ୍ନ ପ୍ରକାର ଅପରାଧ ଘଟାଉ ଥିବା…
ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ – ସ୍ୱାମୀ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ପାପସରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପତ୍ନୀ ମିତାଲି ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିମଳ ପ୍ରଧାନ ଏକ ଠେଙ୍ଗାରେ…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…