ମୁଖ୍ୟ ଖବର କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା Angul OnlineOctober 1, 2022October 1, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ ଛାତ୍ରୀ ସେହି ଗ୍ରାମର ଯୋଗେନ୍ଦ୍ର ନାଏକଙ୍କ ଝିଅ ଦେବସ୍ମିତା ନାଏକ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ତଦନ୍ତ ଚଳାଇଛି । ପ୍ରାପ୍ତ ସୂଚନା ମୁତାବକ , ଦେବସ୍ମିତା ଅନୁଗୁଳ ଜୁନିୟର କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ସେ ଆଜି ଅପରାହ୍ନ ୩ଟା ବେଳେ ପାଇଖାନା ଯାଇଥିଲେ । ମାତ୍ର ଦୀର୍ଘ ସମୟ କବାଟ ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପାଇଖାନା କବାଟ ଖୋଲି ଦେଖିବା ବେଳକୁ ପାଇଖାନାର ଆଜବେଷ୍ଟସ ପାଇପ୍ରେ ସେ ନିଜ ଓଢ଼ଣୀରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ପରୀକ୍ଷା ବେଳେ ମହାବିଦ୍ୟାଳୟରେ ଅବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟଳୟରେ ପରୀକ୍ଷା ସମୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ଆଉ ଏଥିପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି…
ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି…
ସାଇବର ଲୁଟେରାଙ୍କ ଠାରୁ ୩ ଲକ୍ଷ ଉଦ୍ଧାର କଲା ପୁଲିସ ଭୁବନେଶ୍ବର – ଦିନକୁ ଦିନ ସାଇବର ଲୁଟ୍ ଅପରାଧ ବୃଦ୍ଧି ପାଉଥିବା ବେଳେ ପୁଲିସକୁ ଏକ ବଡ ସଫଳତା ମଧ୍ୟ ମିଳିଛି । ପୁଲିସର ଉଦ୍ୟମ ହେତୁ…