ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡା ଗାଁ ନିକଟରେ ଜିଏମଡିସି କମ୍ପାନୀର ସର୍ଭେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ କରିବା ସହିତ ସର୍ଭେ କରୁଥିବା କମ୍ପାନୀ କର୍ମଚାରୀ ମାନଙ୍କୁ ଘଟଣାସ୍ଥଳରେ ଅଟକ ରଖିଥିଲେ l ପ୍ରାୟ ୪ ଘଣ୍ଟା ଧରି ସେମାନଙ୍କୁ ଅଟକ ରଖିବା ସହ ଗାଁରେ ଏକ ପ୍ରକାର ଅପ୍ରିତିକର ପରିସ୍ଥତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପହଞ୍ଚି ବୁଝାସୁଝା କରିବା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।
ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ଜିଏମଡିସି କମ୍ପାନୀ ପକ୍ଷରୁ କୋଇଲା ଖଣି କରିବା ପାଇଁ ସର୍ଭେ କାର୍ଯ୍ୟ ଚାଲୁଥିବା ବେଳେ କ୍ଷତିଗ୍ରସ୍ତ ହାଣ୍ଡିଗୋଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରି ଆସୁଛନ୍ତି l ବାରମ୍ବାର ବିରୋଧ କରିବା ସତ୍ୱେ ଆଜି(ଗୁରୁବାର) କମ୍ପାନୀ କର୍ମଚାରୀ ଗାଁକୁ ଆସି ସର୍ଭେ କରୁଥିବା ଲୋକ ଜାଣିବାକୁ ପାଇଥିଲେ । ଫଳରେ ଗ୍ରାମର ଅନେକ ପୁରୁଷ ଓ ମହିଳା ଏକତ୍ରିତ ହୋଇ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଥିଲେ l ଯାହାକୁ ନେଇ ଘଟଣାସ୍ଥଳରର ତୀବ୍ର ଉତ୍ତେଜନା ଦେଖା ଦେଇଥିଲା l ଖବର ପାଇଁ ଛେଣ୍ଡିପଦା ଥାନା ପୁଲିସ ଓ ମାଜିଷ୍ଟ୍ରେଟ ଭାବେ ଛେଣ୍ଡିପଦା ତହସିଲଦାର ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ କରିଥିଲେ l ଦୀର୍ଘ ୪ ଘଣ୍ଟା ଆଲୋଚନା ପରେ ସମାଧାନର ସୂତ୍ର ବାହାରିଥିଲା l ଯେ ପର୍ଯ୍ୟନ୍ତ ହାଣ୍ଡିଗୋଡା ଗ୍ରାମବାସୀ ଓ କମ୍ପାନୀ ମଧ୍ୟରେ ଆଲୋଚନା କରାଯାଇ ସମାଧାନ ନ ହୋଇଛି ଏବଂ ଆଞ୍ଚଳିକ ପ୍ରଶାସନିକ ଅଧିକାରୀଙ୍କ ଅନୁମତି ବିନା କମ୍ପାନୀର କୌଣସି କର୍ମଚାରୀ ଗାଁରେ ପ୍ରବେଶ କରିବେନି ଏବଂ ଆଜିର ଘଟଣାକୁ ନେଇ ଗ୍ରାମବାସୀଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯିବନି ବୋଲି ପ୍ରୋଜେକ୍ଟ ମୁଖ୍ୟ ମନୁ ମାଲହୋତ୍ରା ଗାଁ ଲୋକଙ୍କ ଆଗରେ ପ୍ରକାଶ କରିଥିଲେ l ଏନେଇ ଛେଣ୍ଡିପଦା ତହସିଲଦାର ତଥା ମାଜିଷ୍ଟ୍ରେଟ ମାନସ ରାୟ କମ୍ପାନୀ ପକ୍ଷରୁ ହେବାକୁ ଅଧିଗ୍ରହଣ ଗ୍ରାମବାସୀଙ୍କ ଅନୁମତି ନେଇ କରିବେ ଏବଂ ଶାନ୍ତି ଶୃଙ୍ଖଳର ଶହ ସମାଧାନ ହୋଇଛି ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l