ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଅଦିନିଆ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଏବେ ମଧ୍ୟ ଜମି ରହଛି । ଯାହା ଫଳରେ ଧାନ ଅମଳ କରି ନପାରି ଚାଷୀ କ୍ଷତି ସହୁଛି । ଏହି ଅଦିନିଆ ବର୍ଷା ପାଇଁ ହୋଇଥିବା ଧାନ ଓ ପନିପରିବା ଚାଷ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିବା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି କଂଗ୍ରେସ କମିଟି । ସୂଚନା ଯେ, ଅନୁଗୁଳ ଜିଲ୍ଲା ଖଣି ଖାଦାନରେ ଭରି ରହିଥିବା ସତ୍ବେ ଏକ ଚାଷ ସମୃଦ୍ଧ ଜିଲ୍ଲା ଭାବେ ମଧ୍ୟ ପରିଗଣିତ ହୋଇ ରହିଛି । ତେବେ ବିଭିନ୍ନ ସମୟରେ ଜଙ୍ଗଲି ଜୀବ ଓ ଅଦିନିଆ ବର୍ଷାରେ ବିଭିନ୍ନ ଅଂଚଳରେ କ୍ଷୟକ୍ଷତି ହୋଇଛି। ଏହି ଚାଷ ପାଇଁ ଚାଷୀ ମାନେ ବ୍ୟାଙ୍କ୍ ରୁ ଋଣ ଆଣି ଚାଷ କରିଥାନ୍ତି l ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ ଚାଷୀ କୂଳ ହତାସ ହୋଇ ପଡିଛି। ଏହି ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ଏକ ଦଳ ଆସି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରି ଜିଲ୍ଲାର ସମ୍ପୁର୍ଣ୍ଣ ତଦନ୍ତ କରିବା ଓ ଚାଷୀ କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।
Recent News
ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ଵାରା ଓଡିଶାରେ ସ୍ଥାପନ ହେବ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ
ଭୁବନେଶ୍ବର – ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ…
ଷ୍ଟୋର ରୁମରୁ ୧୩ ଫୁଟର ଅହିରାଜ ଉଦ୍ଧାର
ଅନୁଗୁଳ – ଷ୍ଟୋର ରୁମରେ ଅହିରାଜ ଉଦ୍ଧାର । ଗତ କାଲି ରାତିରେ ଅନଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ କନ୍ତମେଘ ଗ୍ରାମର ମୋହନ ଦେହୁରୀ ଙ୍କ ଷ୍ଟୋର…
ମଲଟି ଡିସିପ୍ଲିନାରୀ ଟିମର ଚଢ଼ାଉ – ମଦ ଦୋକାନ , ହୋଟେଲ ସିଲ
ଛେଣ୍ଡିପଦା – ଅନୁଗୁଳ ଉପ -ଜିଲାପାଳ ବୈତୁରା ଦୀପଙ୍କ ନିର୍ଦ୍ଦେଶରେ ସୋମବାର ମଲଟି ଡିସିପ୍ଲିନାରୀ ଟିମ ପକ୍ଷରୁ ଛେଣ୍ଡିପଦା ଅଞ୍ଚଳରେ ଥିବା ବିଭିନ୍ନ ବାଣିଜ୍ୟ ପ୍ରତିଷ୍ଠାନ ଓ…