ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନମୁଖୀ କାର୍ଯ୍ୟ ଓ ପୌରପରିଷଦର ନିର୍ବାଚିତ ପ୍ରତିନିଧି ମାନଙ୍କୁ ହେୟଜ୍ଞାନ କରୁଥିବା ଅଭିଯୋଗ କରି ଆଜି ତାଳଚେର ପୌରପାଳିକାର କାଉନସିଲର ଓ ପୌରାଧ୍ୟକ୍ଷ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷ ପବିତ୍ର ଭିତିଆ ସମେତ ଶଶକ ବିଜେଡ଼ି ଦଳର ସମସ୍ତ ୧୮ ଜଣ କାଉନସିଲର ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ଭେଟି ଏଭଳି ଅଭିଯୋଗ କରିବା ସହ ୧୧ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଯେ ବର୍ତ୍ତମାନର ନିର୍ବାହୀ ଅଧିକାରିଣୀ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଓ ପୌରପରିଷଦର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଅସମ୍ମାନ କରିବା ଓ ହେୟଜ୍ଞାନ କରୁଛନ୍ତି । ନିର୍ବାଚନ ର ୨ୟ ବୈଠକରେ ସମସ୍ତ ଉପସ୍ଥିତ ଥିବା ଜନପ୍ରତିନିଧି ଓ ନଗରପାଳ ଏବଂ ସାଂସଦଙ୍କ ପ୍ରତିନିଧି ଉପସ୍ଥିତରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ଅଲୋଚନାକୁ ଅଗ୍ରଗତି କରିବାପାଇଁ ଅନୁରୋଧ କରାଯାଇଥିଲା । ଏହି ସମୟରେ ଜଣେ କାଉନସିଲର ପରିମଳ ବ୍ୟବସ୍ଥା ଓ ପୌରପରିଷଦର କାର୍ଯ୍ୟ ଉପରେ ପ୍ରଶ୍ନ କରିବା ଦ୍ଵାରା ନିର୍ବାହୀ ଅଧିକାରୀ ଉତକ୍ଷିପ୍ତ ହୋଇ ତୁମମାନଙ୍କର ଏ ସବୁ ପ୍ରଶ୍ନ କରିବାର ଅଧିକାର ନାହିଁ କିମ୍ବା ତୁମେ ମାନେ ଅଫିସର କୌଣସି କାର୍ଯ୍ୟ ଉପରେ ପ୍ରଶ୍ନ କରିପାରିବ ନାହିଁ ବୋଲି କହିଥିଲେ । ଏଥିପାଇଁ ତେଣୁ ଊକ୍ତ ବୈଠକକୁ ସେମାନେ ବର୍ଜନ କରିଥିଲେ । ଏଷ୍ଟାବ୍ଲିସମେଣ୍ଟ୍ ଏବଂ ଆକାଉଣ୍ଟ୍ ଉପରେ କୌଣସି କାର୍ଯ୍ୟରେ ପୌରାଧ୍ୟକ୍ଷଙ୍କ ଜାଣିବାର ଅଧିକାର ନାହିଁ ବୋଲି ମଧ୍ୟ ନିର୍ବାହୀ ଅଧିକାରିଣୀ କହିଥିଲେ । ଯାହାକି ଆଇନ ବିରୋଧୀ ବୋଲି ପୌରଧ୍ୟକ୍ଷ ଓ କାଉନସିଲର ମାନେ କହିବା ସହ ନିର୍ବାଚନର ୫ ମାସ ବିତିଯାଇଥିଲେ ସୁଦ୍ଧା ତାଳଚେର ପୌରପରିଷଦର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ସହରରେ ମଶା ବଂଶ ବୃଦ୍ଧି ପାଇଛି । ଏହା ସହ ରାସ୍ତାର ଉନ୍ନତିକରଣ ଓ ସହର ବାସୀଙ୍କ ପାଇଁ ଉଦ୍ଦିଷ୍ଟ ମୌଳିକ ସେବା ଉପରେ ଗୁରୁତ୍ବ ଦିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ପୌରାଧ୍ୟକ୍ଷଙ୍କଙ୍କ ଦ୍ଵାରା ଅନୁମୋଦନ କରା ଯାଉଥିବା ଟେଣ୍ଡର ଗୁଡିକୁ ବାତିଲ କରାଯାଇ ନଗରପାଳକ ଅଜ୍ଞାତରେ ଟେଣ୍ଡର କରା ଯାଉଛି । ଏହା ସହ ମୁକ୍ତା ଯୋଜନାରେ ହୋଇଥିବା ମହା ଦୁର୍ନୀତିର ତଦନ୍ତ ମଧ୍ୟ ଦାବି କରା ଯାଇଛି । ଜଣେ ଠିକାଦାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ସଦାସର୍ବଦା ଉପସ୍ଥିତ ରହୁଥିବାରୁ ବିଭିନ୍ନ ସମସ୍ୟା ନେଇ ସାଧାରଣ ଲୋକ କିମ୍ବା ନିର୍ବାଚିତ ପ୍ରତିନିଧିମାନ ଅଧିକାରିଣୀଙ୍କ ପାଖରେ ନିଜର ସମସ୍ୟା ସମ୍ପର୍କରେ ଜଣାଇ ପାରୁନାହାନ୍ତି । ପୌରପରିଷଦର ଆଇନ ଅନୁଯାଇ ସର୍ବ ସମ୍ମତି କ୍ରମେ ବୈଠକରେ ପାରିତ ହୋଇଥିବା କାର୍ଯ୍ୟକୁ କରା ନ ଯାଇ ନିର୍ଦିଷ୍ଟ ଜଣେ ଠିକାଦାରଙ୍କ ପ୍ରରୋଚନାରେ କାର୍ଯ୍ୟ କରାଯାଉଅଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । । ଓଡିଶା ସରକାରଙ୍କର ବୟନିକା ହସ୍ତତନ୍ତ ଶିଳ୍ପ ଉଦଘାଟନ ଉତ୍ସବରେ ବିଧାୟକ , ସାଂସଦ ନଗରପାଳ କିମ୍ବା କାଉନସିଲରଙ୍କୁ ଅବଗତ କରାନଯାଇ ଜଣେ ବିଜେପି ଠିକାଦାରଙ୍କୁ ନେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରାଗଲା ବୋଲି କୁଆନ୍ସିଲର ଓ ପୌରାଧ୍ୟକ୍ଷ ଅଭିଯୋଗ ଆଣିବା ସହ ସରକାରଙ୍କର ଗରିବ ଅସହାୟ , ବିଧବା , ବାର୍ଦ୍ଧକ୍ୟ ଭତ୍ତା ଦୀର୍ଘ ୫ ମାସ ହେଲା ସଠିକ ଭାବେ ପ୍ରଦାନ କରାଯାଇ ନାହିଁ ବୋଲି ମଧ୍ୟ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଫେରାଦ ଦିଆ ଯାଇଛି । ମୁଖ୍ୟତଃ ନବ ନିର୍ବାଚିତ ପୌରାଧ୍ୟକ୍ଷ ଓ ପ୍ରତିନିଧି ମାନଙ୍କୁ ଅନ୍ଧାରରେ ରଖି ଅନେକ ଅର୍ଥନୈତିକ ଦୂରୁପଯୋଗ କରା ଯାଉଅଛି ବୋଲି ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ।
What’s your Reaction?
+1
2
+1
1
+1
+1
+1
4
+1
2
+1
1