ମୁଖ୍ୟ ଖବର ଦୁଇ ଦୁର୍ନୀତିଗ୍ରସ୍ତଙ୍କୁ ବାଧ୍ୟତାମୂଳକ ଅବସର Angul OnlineMarch 16, 2022March 16, 2022 ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ସରକାର ପୁଣି ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୩ ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ୬ ଜଣଙ୍କ ମଧ୍ୟରୁ ଅନୁଗୁଳରେ କାର୍ଯ୍ୟରତ ଦୁଇଜଣ ଅଫିସରଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆ ଯାଇଛି । ଅନୁଗୁଳ ଜିଲ୍ଲା ପୁଲିସ ଇନ୍ସପେକ୍ଟର ଶ୍ରୀ ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଅନୁଗୁଳ ଜିଲ୍ଲାର ପୂର୍ବତନ ଜିଲ୍ଲା କଲ୍ୟାଣ ଅଧିକାରୀ ମିସ୍ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । Advertisement
ଗୁଳିବିଦ୍ଧ ହାତୀର ମୃତଦେହ ଉଦ୍ଧାର ଅନୁଗୋଳ – ଅନୁଗୋଳ ଜିଲା ସାତକୋଶିଆ ଡିଭିଜନର ଜିଲିଣ୍ଡା ରେଞ୍ଜ , କଟରଙ୍ଗ ସେକ୍ସନ, ବାଙ୍କଧର ଅଞ୍ଚଳରେ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ…