ମୁଖ୍ୟ ଖବର ପୁଲିସ ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି Angul OnlineFebruary 8, 2022February 8, 2022 ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକ ମୂଲ୍ୟ ବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଥିବା ବେଳେ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ , ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର , ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ୫ ଜଣଙ୍କ ମଧ୍ୟରୁ ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ପୋଲିସ ଇନ୍ସପେକ୍ଟର ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । Advertisement
୧୫ ଘଣ୍ଟା ପଡି ରହିଲା ମୃତଦେହ – ପର ହେଲେ ପରିବାର , ସତ୍କାର କଲା ପ୍ରଶାସନ ଅନୁଗୁଳ – କରୋନାର ଭୟାବହତା ମଣିଷ ମନରୁ ମାନବିକତା ମାରିବାକୁ ବସିଲାଣି । ଏହି ରୋଗ ପାଇଁ କେଉଁଠି ବାପ ଶବ ପୁଅ ଛୁଇଁନି ତ ଆଉ…
ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ । ଏହାର ସଂଖ୍ୟା ଅଧିକ ରହିଛି । ଗତକାଲି…
ଓକିଲ ସଂଘର ନିର୍ବାଚନ – ଦିଲ୍ଲୀପ ସଭାପତି , ସୋମନାଥ ସାଧାରଣ ସମ୍ପାଦକ ଅନୁଗୁଳ – ଅନୁଗୁଳ ଓକିଲ ସଂଘର ୨୦୨୧-୨୨ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ଏଥିରେ ମୋଟ ୪୭୬ଜଣ ସଭ୍ୟଙ୍କ ମଧ୍ୟରୁ ୪୪୮ଜଣ ସଭ୍ୟ…