ଜନ ବସତିରେ କଂକ୍ରିଟ ପ୍ଲାଣ୍ଟ – ବିରୋଧ କାଲେ ସ୍ଥାନୀୟ ବାସିନ୍ଦା

ଜନ ବସତିରେ କଂକ୍ରିଟ ପ୍ଲାଣ୍ଟ – ବିରୋଧ କାଲେ ସ୍ଥାନୀୟ ବାସିନ୍ଦା

ଅନୁଗୁଳ – ରେସିଡେନ୍ସିଆଲ ଏରିଆରେ କଂକ୍ରିଟ ପ୍ଲାଣ୍ଟ । ତା ପୁଣି ବିନା କୌଣସି ଅନୁମତିରେ । ନା ପ୍ରଶାସନର ଅନୁମତି ନିଆ ଯାଇଛି ନା ପ୍ରଦୂଷଣ ବିଭାଗର । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇବା ଲୋକ ଏହାକୁ ବିରୋଧ କରିଛନ୍ତି । ଅନୁଗୁଳ ପୌରପାଳିକା ଗାନ୍ଧିମାର୍ଗ ନିକଟରେ ରହିଛି ଓମ ରେସିଡେନ୍ସି । ଯେଉଁଠି ପ୍ରାୟ ୧୪୦ ଟି ପରିବାର ରହୁଛନ୍ତି । ଏହା ସହ ଆଖପାଖରେ ଆହୁରି ଅନେକ ପରିବାର ଓ ଘରୋଇ ଡାକ୍ତରଖାନା ରହିଛି । ତେବେ ଏହି ଜନ ବସତି ଅଂଚଳ ଭିତରେ ତିଆରି ଚାଲିଛି ଏକ ରେଡିମିକ୍ସ କଂକ୍ରିଟ ପ୍ଲାଣ୍ଟ ନିର୍ମାଣ ଚାଲିଛି । ଯାହାକୁ ବିରୋଧ କରିଛନ୍ତି ଏ ସବୁ ଅଞ୍ଚଳବାସୀ । କାରଣ ଏହି।ପ୍ଲାଣ୍ଟ ଜନବସତି ଅଂଚଳରେ ଚାଲିଲେ ଲୋକଙ୍କ ପାଇଁ ବିପଦଜନକ ହେବ । କାରଣ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ପରେ ଏଥିରୁ ନିର୍ଗତ ହେବ ସିମେଣ୍ଟ ଗୁଣ୍ଡ , ଚିପ୍ସ ଗୁଣ୍ଡ । ଏହି ସବୁ ଗୁଣ୍ଡରେ ଥିବା ହ୍ୟୁମ୍ସ , ଫ୍ୟୁମ୍ସ ଓ ସିଲିକୋସିସ ଭଳି ଉପାଦାନ ହାର୍ଟ ଓ ଯକ୍ଷ୍ମାରୋଗ ର ବାହକ ସାଜିବ । ଏଣୁ ଏଭଳି ଏକ ପ୍ଲାଣ୍ଟ ଜନବସତି ଅଂଚଳରେ ଗଢି ଉଥିବାକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ । ଆଉ ଏଥିପାଇଁ ଗତ ମାର୍ଚ୍ଚ ମାସରେ ସେମାନେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଜନବସତି ଅଂଚଳରେ ଏଭଳି ପ୍ଲାଣ୍ଟ ହେଲେ ସ୍ଥାନୀୟ ଲୋକ ଅନେକ ଯନ୍ତ୍ରଣା ଭୋଗିବେ । ଏହା ସହ ଭାରିଯାନ ଯିବା ଆସିବା କରିବା ଫଳରେ ଯିବାଆସିବା କରିବାରେ ଅସୁବିଧା ମଧ୍ୟ ହେବ । ତେବେ ସବୁଠାରୁ ବଡ଼କଥା ହେଲା ଏହି ପ୍ଲାଣ୍ଟ ନିର୍ମାଣ ପାଇଁ କେହି ଅନୁମତି ଦେଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ନା ପୌର ପ୍ରଶାସନ , ନା ପ୍ରଦୂଷଣ ବିଭାଗ ଏଭଳି ପ୍ଲାଣ୍ଟ ନିର୍ମାଣକୁ ଅନୁମତି ଦେଇ ନଥିବା ଜଣା ପଡ଼ିଛି । ଏପରିକି ଅଭିଯୋଗ ପରେ ପ୍ରଦୂଷଣ ବିଭାଗ ଏହା ଉପରେ କଟକଣା ଲାଗାଇଛି । ଏହା ସତ୍ୱେ ଆଜି(ଶନିବାର) ରାତି କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ଅଞ୍ଚଳର ବହୁ ପୁରୁଷ ଓ ମହିଳା ସେଠାକୁ ଯାଇ କାମ ନ କରିବାକୁ ତାଗିଦ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଖବର ପାଇ ଅନୁଗୁଳ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ରାତି ପ୍ରାୟ ୧୦ ଟା ବେଳେ ପୁଲିସ କାମ ବନ୍ଦ କରିବାକୁ ନିର୍ଦେଶ ଦେବା ସହ ଆସନ୍ତାକାଲି ଆଲୋଚନା ପରେ ଯାହା କରିବାକୁ ହେବ କରାଯିବ କହିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
6
+1
0
+1
0

Leave a Reply