ସବୁ ମହଲରୁ ନିନ୍ଦା , ତିରସ୍କାର , କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ – ତାଳଚେର ଅଞ୍ଚଳର ଝିଅ ସୁଭଦ୍ରାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ଜିଲ୍ଲାବାସୀ । ଦିନ ଦ୍ଵିପହରରେ ଜଣେ ଯୁବତୀଙ୍କୁ ଷ୍ଟେସନ ଯିବା ରାସ୍ତାରୁ ଏଭଳି ଆପହରଣ କରି ନେବା ଏବଂ ଦୁଷ୍କର୍ମ କରିବା ପରେ ହତ୍ୟା କରିବା ଘଟଣା ପରେ ଜିଲ୍ଲାରେ ମହିଳାମାନେ କେତେ ସୁରକ୍ଷିତ ତାହାକୁ ନେଇ ସବୁଠି ଆଶଙ୍କା ଦେଖା ଦେଇଛି । ମୁଖ୍ଯତଃ ପୁଲିସର ପାରିବାପାଣିଆ ଉପରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନୁଗୁଳ ଜିଲ୍ଲା କଣିହାଁ ଥାନା ଲୋଧାଝରି ଗାଁ ର ଝିଅ ସୁଭଦ୍ରାଙ୍କୁ ନ୍ୟାୟ ଦାବିରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ସମେତ ଅନେକ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି । ଏଭଳି ଘଟଣା କେବଳ ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ପାଇଁ ନିନ୍ଦନୀୟ ହୋଇଛି । ଗତକାଲି କଂଗ୍ରେସ ଏବଂ ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଭେଟି ପିଡିତାଙ୍କ ପରିବାର କୁ ନ୍ୟାୟ ଦାବି କରିଛନ୍ତି ।


ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଲୁଧାଝରି ଗ୍ରାମର ଝିଅ ସୁଭଦ୍ରା ପଦିଲ୍ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ ବୁଢା ବାପା ପାଖକୁ ଟଙ୍କା ପଠାଉଥିଲେ । କିନ୍ତୁ ୨୬ ତାରିଖ ଘରୁ ଭୁବନେଶ୍ୱର ଯିବା ପାଇଁ ରେଳ ଷ୍ଟେସନ ଆସିଥିଲେ । ମଧ୍ୟାହ୍ନ ସମୟରେ ଅପରାଧୀ ମାନେ ଅଟୋରେ ଷ୍ଟେସନ ଯାଉଥିବା ସୁଭଦ୍ରାଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲେ । ନିଖୋଜ ଅଭିଯୋଗ ନେଇ ପରିବାର ଲୋକ ଏ ଥାନାରୁ ସେ ଥାନା ଦୌଡ଼ି ଦୌଡ଼ି ନ୍ୟାୟ ପାଇ ପାରିଲେ ନାହିଁ । ଶେଷରେ ଝିଅର ମୃତ ଦେହ ବିଲ ମାଳରୁ ଉଦ୍ଧାର ହେଲା । ମୃତ ଦେହ ଏଭଳି ଅବସ୍ଥାରେ ଉଦ୍ଧାର ହେଲା ଯାହାକୁ ନେଇ ସାରା ଅନୁଗୁଳ ଜିଲ୍ଲାବାସୀ ମ୍ରିୟମାଣ ହୋଇ ପଡିଥିଲେ । ବିଭିନ୍ନ ମହଲରୁ ଏ ଘଟଣାକୁ ତୀବ୍ର ନିନ୍ଦା କରାଯାଉଥିବା ବେଳେ ପୁଲିସର ଅବହେଳା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପରିଲକ୍ଷିତ ହୋଇଥିଲା । ପୁଲିସ ପ୍ରଶାସନ ଏବଂ ସରକାରଙ୍କ ଅପାରଗତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି । ହେଲେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ବୋଲି ଅଭିଯୋଗ କରିଛି କଂଗ୍ରେସ ଏବଂ ଏସ ୟୁ ସି ଆଇ ।

ସୋମବାର ରାତିରେ ଯୁବତୀଙ୍କ ମୃତ ଦେହ ଗାଁରେ ପହଞ୍ଚିଥିବା ବେଳେ ସନ୍ଧ୍ୟାରେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗ୍ରାମରେ ପହଞ୍ଚିଥିଲା ଏବଂ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅପରାଧୀକୁ ଶୀଘ୍ର ଧରିବା , ପରିବାରକୁ କ୍ଷତିପୂରଣ ଏବଂ ନିଖୋଜ ଅଭିଯୋଗ ପାଇ ତଦନ୍ତ ନକରି ନିରବ ବସିଥିବା ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ସେହିପରି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ୫ ଜଣ ମହିଳା ନେତ୍ରୀ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ପାଲଲହଡା ପୂର୍ବତନ ବିଧାୟକ ମୁକେଶ ପାଳଙ୍କ ସହ ଲୋଧାଝରୀ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଘଟଣା ବିଷୟରେ ବୁଝିଥିଲେ । ରାଜ୍ୟରେ ଦିନକୁ ଦିନ ବଢି ଚାଲିଥିବା ଅପରାଧ ଏବଂ ଖାସ କରି ଅନୁଗୁଳ ଜିଲ୍ଲାରେ ପ୍ରତ୍ୟେକ ଦିନେ ଦୁଇଦିନ ବ୍ୟବଧାନରେ ଘଟୁଥିବା ଅପରାଧ ପାଇଁ ରାଜ୍ୟ ସରକାର ଉପରେ ଖୁବ୍ ଜୋରରେ ବର୍ଷିଥିଲେ ବିଜେଡି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କେବଳ ବିଳାସ ବ୍ୟସନରେ ବ୍ୟସ୍ତ ସରକାର ନାରୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଅସମର୍ଥ । କ୍ଷମତାକୁ ଉପଭୋଗ କରୁଥିବା ବିଜେପି ସରକାରରେ ନାରୀ ବେଶୀ ଅସୁରକ୍ଷିତ ହୋଇ ପଡିଛାଣ୍ଟି । ଦିନ ଦ୍ଵି ପ୍ରହରରେ ଯଦି ଅଟୋରେ ନେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇ ପାରୁଛି ଏବଂ ତାକୁ ଜାଳି ଦିଆଯାଇ ପାରୁଛି ତେବେ ଏ ସରକାର ନାରୀଙ୍କୁ କେତେ ସୁରକ୍ଷା ଦେବ ତାହା ସ୍ପଷ୍ଟ ଜଣା ପଡୁଛି କହି ବର୍ଶିଥିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ । ସେହିପରି ସରକାର ଯଦି ଅପରାଧୀକୁ ଦଣ୍ଡ , ଯୁବତୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନ କରିବେ ତେବେ ଆଗାମୀ ଦିନରେ ବିଜେଡି ଏ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

Advertisement

Leave a Reply

Your email address will not be published. Required fields are marked *