ସମସ୍ୟା ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ Angul OnlineAugust 7, 2024August 7, 2024 ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଳୁ ଦର ନିୟନ୍ତ୍ରଣ ପାଇଁ ଦାବି କରିଛି । ଆଳୁ ସମେତ ଅନ୍ୟାନ୍ୟ ପନିପରିବା ଦରର ବୃଦ୍ଧି ଉପରେ ନିୟନ୍ତ୍ରଣ ଦାବି କରି କଂଗ୍ରେସ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିଛି । ବଜାରରେ ପନିପରିବା ଉପରେ ଯେଉଁଭଳି ଦର ବୃଦ୍ଧି ହେଉଛି ଏହା ଉପରେ ପ୍ରଶାସନ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ପ୍ରତିବାଦ ବେଳେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ଉପ ସଭାପତି ବଲବୀର ସିଂ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ , ଛାତ୍ର କଂଗ୍ରେସ ସଭପତି ପ୍ରଦ୍ୟୁମ୍ନ ସାହୁ ଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । Advertisement
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…
ତାଳଚେର ରହିଲା ବନ୍ଦ ତାଳଚେର- ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିଲା। ବନ୍ଦରେ ୧୦ ଟି…
ନାଲକୋ ଅଧିକାରୀଙ୍କୁ ଭେଟିଲେ ଆନ୍ଦୋଳନକାରୀ – ସମସ୍ଯା ସମାଧାନ ହେଲେ ଅଚଳାବସ୍ଥା ହେବ ଦୁର ଅନୁଗୋଳ – ଅନୁଗୋଳ ଜିଲ୍ଲା ଗୋବରା , କର୍ଣ୍ଣପୁର , ବଡଯୋରତା , ତଅଁରା ଓ ପଦ୍ମାବତୀପୁର ପଂଚାୟତରେ ନାଲକୋ ରେଲୱେ ଲାଇନ୍ ଓ ଆଶ…