ରାଜନୀତି କଂଗ୍ରେସ ଜିଲ୍ଲା ସଭାପତି ଦେଲେ ଇସ୍ତଫା – ଅମ୍ବିକାଙ୍କୁ ଦାୟୀତ୍ୱ Angul OnlineApril 2, 2024April 2, 2024 https://angulonline.com/wp-content/uploads/2024/04/WhatsApp-Video-2024-04-02-at-10.07.48-PM.mp4 ଅନୁଗୁଳ – ନୀର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ହାଠାତ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସଂଗ୍ରାମ ମିଶ୍ର ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଅନୁଗୁଳର ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ଭଟ୍ଟଙ୍କୁ ଅନୌପଚାରିକ ସଭାପତି ରୂପେ ମନୋନୀତ କରିଛନ୍ତି । ନିର୍ବାଚନ ଭଳି ଘଡିସନ୍ଧି ମୁହୂର୍ତ୍ତରେ ସଂଗ୍ରାମ ମିଶ୍ର କାହିଁକି ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ସେ ସଭାପତି ଦାୟୀତ୍ୱ ଗ୍ରହଣ ପରଠାରୁ ଦଳର ଅନେକ ନେତା ଓ କର୍ମୀ ତାଙ୍କ କାର୍ଯ୍ଯକଳାପରେ ଅସନ୍ତୁଷ୍ଟ ଥିଲେ ବୋଲି ଜଣା ପଡିଛି । ଏପରିକି ତାଙ୍କ ବିରୁଦ୍ଧରେ କିଛି ଦଳୀୟ ନେତା ପ୍ରଦେଶ କଂଗ୍ରେସ ପାଖରେ ଅଭିଯୋଗ କରିଥିଲେ । ଏହା ପରେ ତାଙ୍କୁ ଦଳର ଉଚ୍ଚ ନେତୃତ୍ୱ ଅଭିଯୋଗ ଆଧାରରେ ତାଗିଦ ମଧ୍ଯ କରିଥିଲେ । ଏ ସବୁ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ସେ ଯାହା ହେଉନା କାହିଁକି , ଏହି ଘଟଣା ପରେ ଦଳୀୟ କନ୍ଦଳ ଥିବା ସ୍ପଷ୍ଟ ହୋଇଛି । ଆଉ ଏପଟେ ଏଭଳି ଏକ ଦାୟିତ୍ବକୁ ଅମ୍ବିକା ଭଟ୍ଟ ଗୁରୁତ୍ବର ସହ ନେଇ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀ , ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ଏବଂ ପିସିସି ସଭାପତି ଶରତ ପଟନାୟକଙ୍କ ଆଶୀର୍ବାଦରୁ ମୋତେ ଏହି ଦାୟିତ୍ବ ମିଳିଛି ବୋଲି କହିଛନ୍ତି । ନିର୍ବାଚନ ପରିପ୍ରେକ୍ଷୀରେ ସେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ଚେଷ୍ଟା କରିବେ ବୋଲି ମଧ୍ଯ କହିଛନ୍ତି । Advertisement
ପଞ୍ଚାୟତ ନିର୍ବାଚନ ଅଧିସୂଚନା ପ୍ରକାଶ ପାଇଲା ଅନୁଗୁଳ – ଆଜି ପ୍ରକାଶ ପାଇଲା ରାଜ୍ୟ ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଧିସୂଚନା । ଏଥି ସହିତ ଅନୁଗୁଳ ଜିଲ୍ଳାପାଳ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିସୂଚନା ତାଲିକା…
ଉପ ନିର୍ବାଚନ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀନୀ କଲେ ନାମାଙ୍କନ ପତ୍ର ଦାଖଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଉପ-ନିର୍ବାଚନ ହେବାକୁ ଅଛି । ଏଥିପାଇଁ ଆଜି (ସୋମବାର) ବିଜୁ ଜନତା ଦଳରେ…
ଟିକାକୁ ନେଇ ରାଜନୀତି , ଟିକାକରଣ କେନ୍ଦ୍ରରେ ପୋଷ୍ଟର ଚିରିଲେ ବିଜେପି କର୍ମୀ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ ।…