ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିପ୍ଲବ ଜେନା କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାରର ବିଳମ୍ବ ନେଇ ଗଭୀର ଭାବରେ ଚିନ୍ତା ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଆକର୍ଷଣ କରିଛନ୍ତି । କରୋନା ସଂକ୍ରମିତ ରୋଗୀ ମୃତ୍ୟୁ ବରଣ କରିବା ପରେ ଡାକ୍ତରଖାନା ପରିସରରେ ଘଣ୍ଟା ଘଣ୍ଟା ଧରି ଶବ ପଡିରହିବା ଫଳରେ ଆଗାମୀ ଦିନରେ ଦ୍ରୁତ ସଂକ୍ରମଣର ଆଶଙ୍କା ରହିଛି । ଜିଲ୍ଲା ପ୍ରଶାସନ ଏଥି ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ଡାକ୍ତରଖାନା ପରିସରରୁ ଶବକୁ ସୁଚିନ୍ତିତ କାର୍ଯ୍ୟଶୈଳୀରେ ଶବ ଦାହ କରିବାକୁ ପଦକ୍ଷେପ ନେବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହଯୋଗ କାମନା କରିଛନ୍ତି । ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ସଂକ୍ରମଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଦ୍ରୁତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଅନୁଗୁଳ ଜିଲ୍ଲା ସଂକ୍ରମଣ ଶୀର୍ଷ ସ୍ଥାନରେ ରହିବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିବା ସହ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଅନୁଗୁଳ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1