ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ରାଜ୍ୟ ସରକାର ବିରୁଦ୍ଧରେ ପ୍ରତିବାଦ । ଆଜି ସନ୍ଧ୍ୟାରେ ବିଭିନ୍ନ ସ୍ଳୋଗାନ ଦେଇ ସ୍ଥାନୀୟ କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ କଂଗ୍ରେସକର୍ମୀମାନେ ବାହାରି ହିରୋହୋଣ୍ଡା ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଜାତୀୟ ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିବା ବେଳେ ବିଧାନସଭାରେ ଯେଉଁ ଭଳି ଭାବରେ ଶାସକଦଳର ଇଙ୍ଗିତରେ ବାଚସ୍ପତି ଚଉଦ ଜଣ ବିଧାୟକଙ୍କୁ ରାଜ୍ୟର ସ୍ବାର୍ଥ ସମ୍ବଳିତ ଦାବି, ନାରୀମାନଙ୍କ ସୁରକ୍ଷାପାଇଁ ଆଲୋଚନା ଦାବି କରୁଥିବା ବେଳେ ନିଲମ୍ବନ କରାଗଲା ଓ ବରିଷ୍ଠ ବିଧାୟକମାନଙ୍କ ଉପରେ ମାର୍ଶାଲ ଲଗାଇ ମାଡପିଟ କରାଗଲା, ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଉଦ୍ଦେଶ୍ୟମୂଳକ ଥିଲା । ଏହି ଦମନ ଲୀଳା କୌଣସି ପ୍ରକାରେ ଇଂରେଜ ସରକାରଙ୍କ ଠାରୁ କମ୍ ନୁହେଁ । ଏଣୁ ଅନୁଗୁଳ ଜିଲ୍ଲା କଂଗ୍ରେସ ଏହାର ଦୃଢ ନିନ୍ଦା କରିବା ସହ ଆଜି ରାଜରାସ୍ତାକୁ ବାହାରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କୁଶ ପୁତ୍ତଳିକା ଦାହ କରିଛି।
ଆଜିର ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ନାଥ, ପ୍ରଫୁଲ୍ଲ ଦାସ, ଗୋବିନ୍ଦ ନାଏକ, ଚିତ୍ତରଞ୍ଜନ ନାଏକ, ବଲବୀର ସିଂହ, ସହଦେବ ବେହେରା, ଛାତ୍ର କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ସୁଶାନ୍ତ ଶଶିକାନ୍ତ ସାମଲ, ସୁନିଲ ପ୍ରଧାନ, ସୁଦୀପ ମିଶ୍ର, ବନବିହାରୀ ପ୍ରଧାନ, ଟିକେ ସାମଲ, ଦୀନବନ୍ଧୁ ସାହୁ, ପ୍ରକାଶ ପ୍ରଧାନ, ଲୋକନାଥ ସାହୁ, ସନ୍ତୋଷ ଦେହୁରୀ, ବିଭୁତି ଭୁଷଣ ଦେହୁରୀ, ଦିଲେଶ୍ବର ବେହେରା, ପୁରୋନ୍ଦର ନାଏକ, ଇଶ୍ବର ପ୍ରଧାନ, ରିପନ ସାହୁ, ରନି ସାହୁ, ଚୌଧୁରୀ ନାଏକ, ସଂଗ୍ରାମ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।