ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ Angul OnlineApril 17, 2023April 17, 2023 ତାଳଚେର – ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ କର୍ମଚାରୀ ଜଣଙ୍କ ହେଲେ ରେଙ୍ଗାଳି ଅଞ୍ଚଳର ନଗେନ କୁମାର ସାହୁ । ସୂଚନା ଅନୁସାରେ ନଗେନ ଆଜି ସକାଳେ ତାଳଚେର ରେମୁଆଁ ଅଞ୍ଚଳରେ ବିଦ୍ୟୁତ ସରବରାହରେ ତ୍ରୁଟି ଥିବା ଯୋଗୁଁ ଖୁଣ୍ଟରେ ଚଢି କାମ କରୁଥିଲେ । ତେବେ ହଠାତ ବିଦ୍ୟୁତ ଆଘାତ ଲାଗିବାରୁ ସେ ଖୁଣ୍ଟରୁ ଛିଟିକି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନଗେନଙ୍କର ଏଭଳି ମୃତ୍ୟୁ ଯୋଗୁଁ ଅସନ୍ତୋଷ ଦେଖା ଦେଇଛି । ଟାଟା ବିଦ୍ୟୁତ ବିତରକ ସଂସ୍ଥାର ଅବହେଳା ପାଇଁ ନଗେନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି । Advertisement
ଯୁବ ଡାକ୍ତରଙ୍କ ଅକାଳ ବିୟୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ଯୁବ ଡାକ୍ତରଙ୍କ ଅକାଳ ବିୟୋଗ ହୋଇଛି । ମୃତ ଡାକ୍ତର ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା ତଳମୂଳ ସ୍ୱାସ୍ଥ୍ୟକେନ୍ଦ୍ରର…
ହଷ୍ଟେଲ ଫି ଆଦାୟକୁ ବିରୋଧ – ରାସ୍ତାରେ ବସିଲେ ଛାତ୍ରୀ ଅନୁଗୁଳ – ଅନୁଗୁଳ ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଫି‘କୁ ନେଇ କଲେଜ ଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି ଆଦାୟକୁ ବିରୋଧ କରି…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ…