ମୁଖ୍ୟ ଖବର ଜେଏମଏଫସି କୋର୍ଟ ଓ ତହସିଲକୁ କଣ୍ଟେନମେଣ୍ଟ ଜୋନ Angul OnlineJanuary 20, 2022January 20, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପ୍ରଶାସନ ପକ୍ଷରୁ ଛେଣ୍ଡିପଦା ଜେଏମଏଫସି କୋର୍ଟ କାର୍ଯ୍ୟାଳୟ ଓ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଜେ.ଏମ.ଏଫ.ସି ଛେଣ୍ଡିପଦା କାର୍ଯ୍ୟାଳୟର ଚାରି ଜଣ କର୍ମଚାରିଙ୍କୁ କୋଭିଡ ୧୯ ପଜିଟିଭ ଚିହ୍ନଟ ହୋଇ ଥିବାରୁ ଜେ.ଏମ.ଏଫ.ସି କାର୍ଯ୍ୟାଳୟ ପତ୍ର ସଂଖ୍ୟା ୬୭ ତା ୨୦ , ୦୧ , ୨୦୨୨ ମୁତାବକ ଜେ.ଏମ.ଏଫ.ସି କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ପରିସର କଣ୍ଟେନେମେଣ୍ଟ ଜୋନ ଭାବେ ରହିବ । ୨୧.୦୧.୨୦୨୨ ଅପରାହ୍ନରୁ ତା ୨୮.୦୧.୨୦୨୨ ପର୍ଯ୍ୟନ୍ତ ନିସିଦ୍ଧାଞ୍ଚଳ ଘୋଷଣା କରାଗଲା । ଏ ନେଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଜରୁରୀ ବିଜ୍ଞାପନ ପ୍ରକାଶ କରିଛନ୍ତି । କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ କଣ୍ଟେନେମେଣ୍ଟ ଜୋନ ଘୋଷଣା କରାଯାଇଛି ବୋଲି ତହସିଲଦାର ପ୍ରକାଶ କରିଛନ୍ତି । Advertisement
ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ – ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଅନୁଗୁଳ – କରୋନା ସଂକ୍ରମଣର ବିଗତ ଏକ ବର୍ଷ ମଧ୍ୟରେ ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୩୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି…
ସାଇକେଲକୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ପାଲଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ…
ଅନୁଗୁଳ ଜିଲ୍ଲାର ପୁଅ ତଥା ଓଡ଼ିଆ ଆଇପିଏସ ଅଧିକାରୀ ହେଲେ ରାଜସ୍ଥାନ ଡିଜିପି ଅନୁଗୁଳ – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୋଶଳା ଗ୍ରାମର ପୁଅ ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନ ରାଜ୍ୟର ଡିଜିପି ଭାବେ ଅବସ୍ଥାପିତ ହୋଇଛନ୍ତି ।…