ଅନୁଗୁଳ – ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା FCI ର ଚର୍ଚ୍ଚ ନିକଟରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଲୁହା ରଡରେ ମାଡ ମାରି ନାଲକୋର ଜଣେ ଠିକା କର୍ମଚାରୀଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇ ଯାଇଛି । ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲାର ଜିତେନ୍ଦ୍ର ସାଥୁଆ ନାମକ ଜଣେ ବ୍ୟକ୍ତି ନାଲକୋରେ ଠିକା କର୍ମଚାରୀ ଭାବେ କାମ କରୁଥିବା ବେଳେ ତାଳଚେର ,ବାଘମରା ଅଞ୍ଚଳରେ ରୁହନ୍ତି । ସବୁଦିନ ଭଳି ଗତକାଲି ମଧ୍ୟ ସେ ନାଲକୋ ଡ୍ୟୁଟି ଯାଇଥିଲେ । ତେବେ ଆଜି ସକାଳୁ FCI ଚର୍ଚ୍ଚ ନିକଟରେ ରକ୍ତାକ୍ତ ମୃତଦେହ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତାଙ୍କ ପର୍ସରେ ଥିବା ଆଇ କାର୍ଡ଼ରୁ ପରିଚୟ ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲା । ଜିତେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପାଖରେ ତାଙ୍କ ମୋଟରସାଇକେଲ ଓ ପକେଟ ବଦଳରେ ଅଣ୍ଟାରେ ପର୍ସ ଏବଂ ମୃତଦେହ ଉପରେ ଗାଡିର ଚାବି ପଡିଛି । ମୁଣ୍ଡରେ ଗଭୀର ଆଘାତ ଥିବା ବେଳେ ନିକଟରେ କିଛି ରକ୍ତ ମଧ୍ୟ ପଡି ନଥିବା ଦେଖା ଯାଇଛି । ଏହି ସବୁ ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ଏଠାରେ ଆଣି ଫୋପାଡ଼ି ଦିଆ ଯାଇଥିବା ସନ୍ଦେହ କରାଅ ଯାଉଛି । ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି ।
What’s your Reaction?
+1
+1
1
+1
+1
1
+1
10
+1
2
+1
5