ରାଜନୀତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ବ୍ଲକ ଘେରାଓ କଲା ବିଜେପି Angul OnlineJuly 8, 2021July 8, 2021 ଅନୁଗୁଳ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ପ୍ରକୃତ ହିତାଧିକାରୀଙ୍କୁ ଘର ନଦେଇ ଦଳୀୟ କର୍ମୀଙ୍କୁ ଘର ବଣ୍ଟନ, ଘର ଦେବା ପାଇଁ ବ୍ୟାପକ ଲାଞ୍ଚ କାରବାର ତଥା ରାଜ୍ୟରେ ହଜାରେ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଦୁର୍ନୀତି ହୋଇଥିବାକୁ ନେଇ ଆଜି ବିଜେପି ପକ୍ଷରୁ ଅନୁଗୁଳ ଓ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟକୁ ଦୀର୍ଘ ସମୟ ଘେରାଓ କରିବା ସହ ପ୍ରତିବାଦ ସଭା କରାଯାଇଥିଲା । ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପ୍ରତିବାଦ ସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି , ଦଳୀୟ ଆଧାରରେ ଘର ବଣ୍ଟନ , ଘର ସମ୍ପୂର୍ଣ୍ଣ ନହୋଇ ମିଥ୍ୟା ବିଲ କରି ହଡ଼ପ କରିବା , ଓଡ଼ିଶାକୁ ମୋଦି ପଠାଇଥିବା ଛବିଶ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଓଡ଼ିଆ ଗରିବଙ୍କର ,ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା ଓ ଦୁର୍ନୀତି ଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ବ୍ଲକ ଘେରାଓ ବୋଲି ପ୍ରକାଶ କରିଥିଲେ । ପୁନଶ୍ଚ ମନେରେଗାରେ ୯୦ ଦିନର ମଜୁରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉଥିବା ହିତାଧିକାରୀଙ୍କୁ ଦିଆ ଯାଉ ନାହିଁ । ୧୨ହଜାର ଟଙ୍କାର ପାଇଖାନା ଅର୍ଥ ଦିଆ ଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । Advertisement
ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଗୁଳ – ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି…
ଆପର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ଅନୁଗୁଳ – ଆମ୍ ଆଦ୍ମୀ ପାର୍ଟି ଅନୁଗୁଳ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲ୍ରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆବାହାଳ ନିଶିକାନ୍ତ…
ବିଜେପି ନେଲାବେଳେ ଚତୃର୍ଭୁଜ, ଦେଲାବେଳେ ଖାଲି ହାତ ଅନୁଗୁଳ – ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା…