ଅନୁଗୁଳ – ଗତ ୨ ଦିନ ତଳେ ଅନୁଗୁଳ ଜିଲ୍ଲା ପଞ୍ଚମହଲା ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଉପରେ ପୋଲିସ ଚଢାଉ କରି କାରଖାନାକୁ ସିଲ କରିବା ସହ ମାଲିକ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ଜିଲ୍ଲାରେ ନକଲି ତେଲ ପ୍ରସ୍ତୁତ ହେଉଥିବା ଜଣା ପଡିବା ପରେ ଲୋକଙ୍କ ମାନେ ଶଙ୍କା ସୃଷ୍ଟି ହୋଇଥିଲା । ଏହି ଘଟଣାର ଦୁଇ ପରେ ପୁଣି ଜିଲ୍ଲାରୁ ନକଲି ଅଟା ଓ ହଳଦୀ ଜବତ କରା ଯାଇଛି । ସୂଚନା ଅନୁସାରେ ତଳମୂଳ ଗାଁ ର ପ୍ରେମାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଘରେ ଅଟା ଓ ହଳଦୀ ପ୍ରସ୍ତୁତ କରିବା ସହ ପ୍ୟାକେଟ କରି ବିକ୍ରି କରୁଥିବା ପୁଲିସ ସୂଚନା ପାଇଥିଲା । ପୁଲିସ ଗତ ଜାନୁଆରୀ ମାସ ୧୭ ତାରିଖରେ ସେହି ଅଟା ଓ ହଳଦୀର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ୨୯ ତାରିଖରେ ଏହି ଅଟା ଓ ହଳଦୀର ନମୁନା ଖାଦ୍ୟ ପାଇଁ ଅହିତକର ବୋଲି ରିପୋର୍ଟ ଆସିଥିଲା । ଏଣୁ ବଅଁରପାଳ ପୋଲିସ ପ୍ରେମାନନ୍ଦ ସାହୁଙ୍କ ଚାଲିଥିବା ମିଲ ଉପରେ ଚଢାଉ କରିଥିଲା । ଚଢାଉ ବିନା ବିନା କୌଣସି ସୀକୃତିରେ ଏହି ମିଲ ଚାଲିଥିବା ଜଣା ପଡିବା ସହ ୬୦ କେଜି ଅଟା , ୭ କେଜି ହଳଦୀ , ୧୪୦ ଟି ପଦ୍ମ ବ୍ରାଣ୍ଡର ଖାଲି ପ୍ୟାକେଟ , ୧୦ ଟି ଫାଭୋ ବ୍ରାଣ୍ଡର ପଲିଥିନ ପ୍ୟାକେଟ , ୨୦୦ ଆଦର୍ଶ ଚକି ଫ୍ରେସ ଅଟା ପ୍ୟାକେଟ , ସିଲିଙ୍ଗ ମେସିନ ଓ ବିଦ୍ୟୁତ ଚାଳିତ ଓଜନ ମେସିନ ଜବତ କରିଥିଲା । ପ୍ରେମାନନ୍ଦ ସାହୁ ବେଆଇନ ଭାବେ ଏହି ଅଟା ଓ ହଳଦୀ ପ୍ରସ୍ତୁତ କରିବା ଏବଂ ବଜାରରେ ବିକ୍ରି କରୁଥିବା ଜଣା ପଡିବା ପରେ ପ୍ରେମାନନ୍ଦ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
What’s your Reaction?
+1
+1
+1
+1
1
+1
+1
+1