ନକଲି ମଦ ଠିପି ଓ ଲେବଲ ଜବତ ଘଟଣା – ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅବକାରୀ ବିଭାଗ

ନକଲି ମଦ ଠିପି ଓ ଲେବଲ ଜବତ ଘଟଣା – ମୁଖ୍ୟ ଅଭିଯୁକ୍ତକୁ ଧରିଲା ଅବକାରୀ ବିଭାଗ

ଅନୁଗୁଳ – ଅନୁଗୁଳ ସହର ଉପଖଣ୍ଡ ରାଣିଗୁଡାରୁ ଗତ ଫେବ୍ରୁଆରି ମାସ ୫ ତାରିଖ ଦିନ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଅନୁଗୁଳ ଅବକାରୀ ମିଳିତ ଚଢାଉ କରି ଏକ ଭଡା ଘରୁ ବିପୁଳ ପରିମାଣର ନକଲି ମଦ ତିଆରି ପାଇଁ ବ୍ୟବହୃତ ଠିପି , ଲେବଲ ,  ଏକ୍ସସାଇଜ ଆଢେସିଭ ଲେବଲ ଆଦି ଜବତ କରିଥିଲେ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଜୟ ପ୍ରକାଶ ଗୁପ୍ତା ଫେରାର ହୋଇ ଯାଇଥିଲା । ଆଜି ଫେରାର ଜୟ ପ୍ରକାଶକୁ ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି । ଜୟ ପ୍ରକାଶ ଆଜି ଅନୁଗୁଳ ଆସୁଥିବା ଖବର ପାଇ ଅବକାରୀ ବିଭାଗ ଜଗି ରହିଥିଲା । ଆଉ ସେ ବଅଁରପାଳ ନିକଟରେ ଥିବା ବେଳେ ଅବକାରୀ ବିଭାଗ କାବୁ କରି ନେଇଥିଲା । ସେ ଏହି କଲିକତାରୁ ଠିପି ଓ ସିଲ ଆଣି ରାଜ୍ୟର ବିଭିନ୍ନ ନକଲି ମଦ ତିଆରି କରୁଥିବା ମାଫିଆ ଙ୍କୁ ଯୋଗାଉଥିଲା  ବୋଲି ସୂଚନା ମିଳିଛି । କଟକ ଅବକାରୀ ବିଭାଗ ତାକୁ ଏ ନେଇ ପଚରାଉଚୁରା କରୁଛି ।  ଏହି ବେପାରରେ ଆଉ କାହାରି ସମପୃକ୍ତି ଅଛି ନା ନାହିଁ , କେଉଁଠାରୁ ଆଣି କାହା କାହକୁ ଏ ସବୁ ନକଲି ସାମଗ୍ରୀ ଯୋଗାଉଥିଲା ପଚରା ଉଚୁରା ପରେ ସ୍ପଷ୍ଟ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହା ଯାଇଛି ।

What’s your Reaction?
+1
0
+1
2
+1
0
+1
0
+1
11
+1
0
+1
0

Leave a Reply