ଅନୁଗୁଳ – ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଦୃତ ଗତିରେ ବଢୁଥିବା ବେଳେ ଅନୁଗୁଳ କୋର୍ଟରୁ ୧୨ ଜଣ ସଂକ୍ରମିତ ହୋଇଥିବା ଓକିଲ ସଂଘ ସଭାପତି ଦିଲୀପ ସାହୁ ପ୍ରକାଶ କରିଛନ୍ତି । ଏହି କାରଣରୁ ଜନସାଧାରଣଙ୍କ ନିରାପତ୍ତା ଦୃଷ୍ଟିରୁ ଜାନୁୟାରୀ ୧୭ ତାରିଖରୁ ୩୧ ତାରିଖ ସକାଳ ୫ ଟା ଯାଏ ଜିଲ୍ଲା କୋର୍ଟ ପରିସରକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ଏ ନେଇ ଉପଜିଲ୍ଲାପାଳ ବାସୁଦେବ ଶତପଥି ଜିଲ୍ଲା ଜଜଙ୍କୁ ଚିଠି ଲେଖି ଜଣାଇଛନ୍ତି ।
What’s your Reaction?
+1
+1
+1
+1
1
+1
4
+1
1
+1