ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ସୁରୁଖୁରୁରେ ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା କୋଭିଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ରୁମ । ମେ ମାସ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସେବାରେ ଜିଲ୍ଲାର ୭ ଟି ପାହ୍ୟାର ଅଫିସର ମାନଙ୍କୁ ଦାୟିତ୍ଵ ଦିଆ ଯାଇଛି ।
ଏଥିରେ , ସାଧାରଣ ଲୋକ କିମ୍ବା ଆକ୍ରାନ୍ତ ମାନେ ୦୬୭୪-୨୩୦୬୧୨ ଓ ୯୪୩୯୯୮୧୭୫୬ ଫୋନ ନମ୍ବରରେ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଲେ ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରା ଯାଉଛି । ଏହି କାର୍ଯ୍ୟକ୍ରମ ଆରମ୍ବ ହେବାର ୧୦ ଦିନ ବିତି ଯାଇଛି । ଆଉ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ଉପକୃତ ହେଉଥିବା ମଧ୍ୟ ଜଣା ପଡିଛି । ଏହି ନମ୍ବରକୁ ଫୋନ କରିବା ପରେ ଅନେକ ଲୋକ କରୋନା ଜନିତ ସେବା ପାଇବା ସହ ଉଚିତ ପରାମର୍ଶ ପାଇ ପାରୁଛନ୍ତି ।
ଅନୁଗୁଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସୁନ୍ଦର ଓ ସୁଚାରୁରୂପେ ଚାଲୁଥିବା ବେଳେ ଏହା ଦ୍ଵାରା କରୋନା ଆକ୍ରାନ୍ତଙ୍କ ପାଖରୁ ଦ୍ରୁତ ସୂଚନା ପାଇ ତ୍ଵରିତ ପଦକ୍ଷେପ ଗ୍ରହଣ କରା ଯାଇ ପାରୁଛି । ଯାହାକୁ ରାଜ୍ୟ ୫ଟି ମୋ ସରକାର ମଧ୍ୟ ପ୍ରଶଂସା କରିଛନ୍ତି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏହି କାର୍ଯ୍ୟକ୍ରମକୁ ବେଶ ଦକ୍ଷତାର ସହ ପରିଚାଳନା କରୁଛନ୍ତି ଆଉ ଏହା ଦ୍ଵାରା ଅନୁଗୁଳ ବାସିନ୍ଦା ଉପକୃତ ହେଉଥିବାରୁ ଧନ୍ୟବାଦ ଦେଇଛନ୍ତି ।
What’s your Reaction?
+1
+1
+1
+1
+1
+1
+1