ସ୍ୱାସ୍ଥ୍ୟ ବଢିଛି କୋଭିଡ ହସ୍ପିଟାଲ ଓ କେୟାର ସେଣ୍ଟର Angul OnlineJune 3, 2021June 3, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ହ୍ରାସ ପାଇଛି । ଜିଲ୍ଲାରେ କୋଭିଡର ସଠିକ ପରିଚାଳନା ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରଚେଷ୍ଟା ଯୋଗୁଁ କରୋନା ହ୍ରାସ ହେବାରେ ସହାୟକ ହୋଇଛି । ଅନୁଗୁଳରେ କରୋନାର ପ୍ରଥମ ଲହର ଚାଲିଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯାହା ଥିଲା ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏହି ଦ୍ଵିତୀୟ ଲହର ବେଳେ ତାହାକୁ ଅଭିବୃଦ୍ଧି କରିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଅଣା ଯାଇଛି । ଲୋକମାନଙ୍କ ହିତ ପାଇଁ କୋଭିଡ ହସ୍ପିଟାଲ ଗୋଟିଏରୁ ଦୁଇଟିକୁ ବୃଦ୍ଧି କରା ଯାଇଛି ଏବଂ କୋଭିଡ କେୟାର ସେଣ୍ଟର ଗୋଟିଏରୁ ପାଞ୍ଚକୁ ବୃଦ୍ଧି ହୋଇଛି । ଏହା କେବଳ ଜିଲ୍ଲାପାଳଙ୍କ ଦୁରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି । ପ୍ରଥମେ ଅନୁଗୁଳ ଆଦର୍ଶ ଆଇଟିଆଇ ହିଁ କେବଳ କୋଭିଡ କେୟାର ସେଣ୍ଟର ଥିଲା ଏବେ କିନ୍ତୁ ବୃଦ୍ଧି ପାଇଛି । ଓଡିଶା ଆଦର୍ଶ ବିଦ୍ୟାଳୟ ତାଳଚେର , ଇଏସଆଇ ବଅଁରପାଳ, ସିସିସି ଆଠମଲ୍ଲିକ ଓ ପାଲଲହଡା ଠାରେ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି । ପୂର୍ବରୁ ଜିଲ୍ଲାରେ ୪୭୫ ବେଡ଼ ଥିବା ବେଳେ ବର୍ତ୍ତମାନ ବେଡ଼ ସଂଖ୍ୟା ୧୧୭୩ ରେ ପହଁଚିଛି । ପୂର୍ବେ ୬ଟି ଆଇସିୟୁ ବେଡ଼ ଥିବା ବେଳେ ବର୍ତ୍ତମାନ ଆଇସିୟୁ ବେଡ଼ ୬୦ରେ ପହଁଚିଛି । ପୂର୍ବେ ବେଡ଼ ସହିତ ଅକ୍ସିଜେନ ୬୦ଟି ଥିବା ବେଳେ ବର୍ତ୍ତମାନ ବେଡ଼ ସହିତ ୫୩୮ରେ ପହଁଚି ପାରିଛି । ୬ଟି ଭେଣ୍ଟିଲେଟରରୁ ବୃଦ୍ଧି ପାଇ ବର୍ତ୍ତମାନ ତାହା ୨୧ରେ ପହଁଚି ପାରିଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ , କରୋନାକୁ ଜିଲ୍ଲାରେ କିଭଳି ପ୍ରତିହତ କରାଯିବ , ସେଥିପାଇଁ ଏ ସବୁ ସଂଖ୍ୟା ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ହୋଇପାରିଛି । ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହର ଅତ୍ୟନ୍ତ ଭୟଙ୍କର ହୋଇଥିବାରୁ ପରିସ୍ଥିତି ଦେଖି ଉଚିତ ପଦକ୍ଷେପ ନେଉଛନ୍ତି ଜିଲ୍ଲାପାଳ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଚେଷ୍ଟିତ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କରୋନା ରୋଗୀଟିଏ କିଭଳି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବ ନାହିଁ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । Advertisement
ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏବେ ମୋବାଇଲ୍ ଆପ୍ ଓ ଇଣ୍ଟରନେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ମିଳିବ । ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏଭଳି ସୁବିଧା…
ଜେଏସପିଏଲ ପକ୍ଷରୁ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ଉଦଘାଟିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବା ବେଳେ ଜେଏସପିଏଲ ଠାରେ ନିର୍ମିତ କୋଭିଡ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି ।…
ସହରରେ ଖୋଲିଲା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଅନୁଗୁଳ – ଅନୁଗୁଳ ସହରସ୍ଥିତ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଆଜି ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା…