୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା

୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଅନୁଗୁଳ ସହରାଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୁଳ ବ୍ଲକରେ ଥିବା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପୁରୁଣାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ । ବଅଁରପାଳ ବ୍ଲକରେ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବଳରାମପ୍ରସାଦ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଛେଣ୍ଡିପଦାରେ କୋଶଳା, ଛେଣ୍ଡିପଦା, ଜରପଡ଼ା ଏବଂ ପାତ୍ରପଡ଼ା, ପାଲଲହଡ଼ା ବ୍ଲକର ଖମାର, ରାଜଡାଙ୍ଗ ଏବଂ ପାଲଲହଡ଼ା, କିଶୋରନଗର ବ୍ଲକର ରାଜ କିଶୋରନଗର ଏବଂ ହଣ୍ଡପା, ଆଠମଲ୍ଲିକ ବ୍ଲକର ମାଧପୁର ଏବଂ ଆଠମଲ୍ଲିକ, ତାଳଚେର ବ୍ଲକର ଗୋଡ଼ିବନ୍ଧ, କଳମଛୁଇଁ ଏବଂ ତାଳଚେର, କଣିହାଁ ବ୍ଲକର କଣିହାଁ, ବଜ୍ରକୋଟ ଏବଂ ପବିତ୍ରନଗର ଏବଂ ତାଳଚେର ପୌରାଞ୍ଚଳରେ ଥିବା ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରରେ ଟିକା ମିଳିପାରିବ ।  ଯେଉଁମାନେ କିଶୋର ପୋର୍ଟାଲରେ ନାମ ପଞ୍ଜୀକରଣ କରି ନାହାନ୍ତି ସେମାନେ ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର କିମ୍ବା ସ୍କୁଲ ପରିଚୟ ପତ୍ର ଦେଖାଇ ନିର୍ଦ୍ଧାରିତ ଟୀକା କେନ୍ଦ୍ରରେ ପଞ୍ଜୀକରଣ କରି ପାରିବେ । ସମସ୍ତଙ୍କୁ କୋଭାକ୍ସିନ ଟିକା ଦିଆଯିବ । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪ଲକ୍ଷ ୨୧ହଜାର ୯୪୭ଟି ଟିକା ଦିଆଯାଇଛି । ସେଥିରୁ ୮ଲକ୍ଷ ୩୬ହଜାର ୧୫୬ଟି ପ୍ରଥମ ଏବଂ ୫ଲକ୍ଷ ୮୫ହଜାର ୭୯୧ଟି ଦ୍ବିତୀୟ ଡୋଜ୍‌ ଟିକା ରହିଛି । ଯଦି ବୟସ ଅନୁଯାୟୀ ଦେଖାଯାଏ, ତେବେ ୧୮ରୁ ୪୪ ବର୍ଷୀୟଙ୍କୁ ୮ଲକ୍ଷ ୪୬ହଜାର ୫୬୬ଟି ଟିକା ଦିଆଯାଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସ୍କଙ୍କୁ ୩ଲକ୍ଷ ୭୩ହଜାର ୧୪୧ଟି ଏବଂ ୬୦ ବର୍ଷରୁ ଅଧିକଙ୍କୁ ୨ଲକ୍ଷ ୨ହଜାର ୨୪୦ଟି ଟିକା ଦିଆଯାଇଛି ।

 

 

What’s your Reaction?
+1
2
+1
0
+1
0
+1
0
+1
5
+1
0
+1
1

Leave a Reply