ମୁଖ୍ୟ ଖବର ୧୨ ଘଣ୍ଟା ପାଇଁ କଟକ-ଭୁବନେଶ୍ବର ବସ ସେବା ବନ୍ଦ Angul OnlineDecember 22, 2021December 22, 2021 ଅନୁଗୁଳ – ଆସନ୍ତାକାଲି ଅନୁଗୁଳ ଓ ତାଳଚେରରୁ କଟକ-ଭୁବନେଶ୍ୱରକୁ ଗଡ଼ିବନି ବସ । ଜାତୀୟ ରାଜପଥ ୫୫ର ଦୁରବସ୍ଥା ପ୍ରତିବାଦରେ ଏଭଳି ୧୨ ଘଣ୍ଟିଆ ବସ ବନ୍ଦ ଡାକରା ଦେଇଛି ବସ ମାଲିକ ସଂଘ । । ଭୁବନେଶ୍ୱର , କଟକ , ଢେଙ୍କାନାଳ , ଅନଗୁଳ ଓ ତାଳଚେର ସଂଘର ପାଖାପାଖି ୩୦୦ ବସ ଏହି ଆନ୍ଦୋଳନରେ ଭାଗ ନେବେ । ସଂଘର କହିବା କଥା ସମ୍ବଲପୁରରୁ ଅନୁଗୁଳ ଦେଇ କଟକ ଯାଇଥିବା ଜାତୀୟ ରାଜପଥ ୫୫ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଏହି ରାଜପଥର ଦୋହରିକରଣ କାମ ଚାଲିଥିବା ବେଳେ ସରିବାର ନା ନେଉନି । ଯାହା ଫଳରେ ଏହି ରାସ୍ତା ଦେଇ ଯାଉଥିବା ବସ ଗୁଡିକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି ଗୁଡିକ ବାରମ୍ବାର ଖରାପ ହେଉଛି । କିଛି ବସ ବାଧ୍ୟ ହୋଇ ଅନ୍ୟ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏହି ଜାତୀୟ ରାଜପଥରେ ଦୈନଦିନ ଦୁର୍ଘଟଣା ହେଉଥିବା ଯୋଗୁଁ ଅନେକ ସମୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ଏ ସବୁ କାରଣ ପାଇଁ ଲୋକ ବସରେ ଯିବା ଆସିବା କରିବା ପାଇଁ ଅମଙ୍ଗ ମଧ୍ୟ ହେଉଛନ୍ତି । ଏଣୁ ତୁରନ୍ତ ଏହି ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ ନକରିବା ସହ କାମ ସରିବା ପର୍ଯ୍ୟନ୍ତ ଅନ୍ୟ ରାସ୍ତାରେ ବସ ଯିବା ଆସିବା କରିବାକୁ ଅନୁମତି ଦେବାକୁ ଦାବି କରା ଯାଇଥିଲା । ଏ ନେଇ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ଡିସେମ୍ବର ୨୨ ତାରିଖ ସୁଦ୍ଧା ରାସ୍ତା କାମ ସମ୍ପୂର୍ଣ୍ଣ ହେବ ହେବ ବୋଲି ଉଚ୍ଚ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ତାହା ସମ୍ଭବ ହେଲା ନାହିଁ । ଏଥିପାଇଁ ଆସନ୍ତା କାଲି(୨୩ ତାରିଖ ଦିନ) ସକାଳ ୬ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଅନୁଗୁଳରୁ କଟକ ଓ ଭୁବନେଶ୍ୱର ଯାଉଥିବା ସମସ୍ତ ବସ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । Advertisement
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ସାମାଜିକ ବାସନ୍ଦ ଯୋଗୁଁ ବଡ଼ପୁଅଙ୍କୁ ମା’ର ଶବ ଛୁଆଁଇ ଦେଲେନି ପାଲଲହଡ଼ା – ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ…
ପୁଲିସ ସ୍ତରରେ ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଳ କରାଯାଇଛି । ଏହା ସହ ନୂଆଁ କରି ଜିଲ୍ଲାକୁ ଆସି ହେଡ ଜ୍ଵାଟରରେ…