ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନା Angul OnlineDecember 14, 2021December 14, 2021 ଭୁବନେଶ୍ଵର – ଅନୁଗୁଳ ଜିଲ୍ଲାରେ ଖୋଲିବ ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ପୁଲିସ ଥାନା । ମଙ୍ଗଳବାର ଏନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । ଏଭଳି ରାଜ୍ୟରେ ମୋଟ ୧୧ଟି ଥାନା ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ରହିଛି । ସାଇବର୍ ଅପରାଧ ଏବଂ ଅର୍ଥନୈତିକ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ସଂପର୍କିତ ତଦନ୍ତ ନେଇ ଜିଲ୍ଲାରେ ସ୍ଵତନ୍ତ୍ର ଥାନା ନାହିଁ । ଅନ୍ୟ ଥାନା ଗୁଡ଼ିକରେ ହିଁ ଏସଂପର୍କିତ ମାମଲା ରୁଜୁ ହେଉଛି । ଫଳରେ ଅଭିଯୋଗକାରୀ ଉଚିତ ନ୍ୟାୟ ପାଇପାରୁ ନାହାନ୍ତି । ସେହିଭଳି ସାଧାରଣ ଥାନାରେ ସାଇବର୍ ଏବଂ ଅର୍ଥନୈତିକ ଅପରାଧ ରୋକିବା ପାଇଁ ତାଲିମ୍ପ୍ରାପ୍ତ ଅଧିକାରୀ ମଧ୍ୟ ନାହାନ୍ତି । ନୂତନ ଥାନା ଦ୍ଵାରା ଏସବୁ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକାଶ କରାଯାଉଛି । https://angulonline.com/wp-content/uploads/2021/12/WhatsApp-Video-2021-12-14-at-21.52.11.mp4 Advertisement
ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ…
କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା…
ସିବିଆଇ ପଞ୍ଝାରେ ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ତାଳଚେର – ସିବିଆଇ ପଞ୍ଝାରେ ତାଳଚେର ଏମସିଏଲର ଖଣି ସୁରକ୍ଷା ଅଧିକାରୀ ଇଂନଚାର୍ଜ ଜୟନ୍ତ ବାରିକ । ତାଳଚେର ଏମସିଏଲର ବଳରାମ କୋଇଲା ଖଣି ସୁରକ୍ଷା ଅଧିକାରୀ…