ଆଞ୍ଚଳିକ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ Angul OnlineDecember 6, 2022December 6, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ ଗ୍ରାମର ତ୍ରିଲୋଚନ ବିଶ୍ଵାଳ ସଉଦା ପାଇଁ ଗତକାଲି କଣ୍ଟାବଣିଆ ମାର୍କେଟ ଆସି ଫେରିବା ବେଳେ ଏକ ବୋଲେରୋ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା । ଗୁରୁତର ଥିବାରୁ ସେଠାରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ଗ୍ରାମବାସୀମାନେ ଏକତ୍ରୀତ ହୋଇ ତ୍ରିଲୋଚନଙ୍କ କ୍ଷତିପୂରଣ ପାଇଁ ଟାଟା ଷ୍ଟିଲର ପ୍ଳାଣ୍ଟର ପାଚେରୀ ସୀମା ରାସ୍ତା ତଥା ଗ୍ରାମ ମୁଣ୍ଡରେ ରାସ୍ତାକୁ ଅବରୋଧ କରିଥିଲେ । ଅବରୋଧ ସ୍ଥଳରେ କଣ୍ଟାବଣିଆ ପୁଲିସ ପହଁଚି ଗ୍ରାମବାସୀ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହରୁତ ହୋଇଥିଲା । Advertisement
ପାରିପାରିକ କଳହର ପରିଣତି – ଯୁବକ କଲେ ଆତ୍ମହତ୍ୟା ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ସିପିପି ଛକ ନିକଟରେ ଥିବା ଜଣେ ସାଇକେଲ ଦୋକାନୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁସାରେ…
କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ରକୁ ସହାୟତା ପ୍ରଦାନ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଗୋପୀନାଥପୁର ଗ୍ରାମରେ ଅବସ୍ଥିତ ଥିବା କେଦାର ଗୌରୀ ଦୃଷ୍ଟି ହୀନ ଧନ୍ଦା ମୂଳକ ତାଲିମ କେନ୍ଦ୍ର ରେ ପ୍ରାୟ ୩୫ଜଣ…
ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଅନୁଗୁଳ – ଶିକ୍ଷକ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ। ଶିକ୍ଷାଦାନ କରି କେତେ ଯେ ମଣିଷକୁ ଗଢ଼ିଥାନ୍ତି ତାହା ତୁଳନା ନାହିଁ।ତେବେ ସେଇଭଳି ଜଣେ ଅନନ୍ୟ ପ୍ରତିଭାର…