ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ

ପୁଲିସର ଦବଙ୍ଗଗିରି – ହେଲମେଟ ନାହିଁ ବୋଲି ରାସ୍ତା ଉପରେ ବସଉଠ

ଅନୁଗୁଳ – ହେଲମେଟ ନାହିଁ ବୋଲି ବସଉଠ ହେବାକୁ ପଡିଲା ଯୁବକଙ୍କୁ । ପୁଲିସ ବାବୁ ମାଡ଼ ଭୟ ଦେଖାଇ ବିଚ ରାସ୍ତାରେ ଜଣେ ଯୁବକକୁ ବସଉଠ କରାଉଥିବା ଘଟଣା ଆଜି ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ସହରର ହେମସୁରପଡା ଠାରେ ଆଜି ମଧ୍ୟାହ୍ନରେ ପୁଲିସ ପକ୍ଷରୁ ହେଲମେଟ ଚେକିଂ ଚାଲିଥିଲା ।

ସେହି ସମୟରେ ମୋଟରସାଇକେଲରେ ଆସୁଥିବା ଜଣେ ଯୁବକ ହେଲମେଟ ପିନ୍ଧି ନଥିବାରୁ ଜଣେ ପୁଲିସ ବାବୁ ତାଙ୍କୁ ଅଟକାଇଥିଲେ । ତେବେ ଟଙ୍କା ନଥିବାରୁ ଫାଇନ ଦେଇ ପାରିବି ନାହିଁ ବୋଲି ଯୁବକ କୁଆଡେ କହିଥିଲେ ।  ଆଉ ତାପରେ ପୁଲିସବାବୁ ଜଣଙ୍କ ଲାଠି ଦେଖାଇ ଯୁବକ ଜଣଙ୍କୁ ବସଉଠ ହେବାକୁ ବାଧ୍ୟ କରିଥିଲେ । ପୁଲିସ ବାବୁଙ୍କ ଲାଠି ମାଡରୁ ବଞ୍ଚିବା ପାଇଁ ବାଧ୍ୟ ହୋଇ ବିଚ ରାସ୍ତାରେ ଯୁବକ ଜଣଙ୍କ ବସଉଠ ହୋଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଆଉ ପୋଲିସ ବାବୁଙ୍କ ଏଭଳି ଆଚରଣ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସେପଟେ ଏ ନେଇ ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ

 

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply