ମୁଖ୍ୟ ଖବର ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ Angul OnlineJanuary 3, 2023January 3, 2023 ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ ପଡ଼ି ଜଣଙ୍କ ଜୀବନ ଯାଇଛି । ମୃତକ ସେହି ସାହିର ମଙ୍ଗୁଳୁ ଗୋଛାୟତ ବୋଲି ଜଣାଯାଇଛି । ସୂଚନା ଅନୁସାରେ , ହରିଜନ ସାହି ବାସୀ ଇଂରାଜୀ ନବ ବର୍ଷ ପାଳନ ସାରି ଘରକୁ ଯିବା ପାଇଁ ବାହାରିଥିଲେ । ସେମାନଙ୍କ ସହ ମଙ୍ଗୁଳୁ ଗୋଚ୍ଛାୟତ ମଧ୍ୟ ଥିଲେ । କିନ୍ତୁ ଆଜି ସକାଳ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ଘର ଲୋକେ ଚାରି ଆଡେ ଖୋଜାଖୋଜି କରିବା ପରେ ମଙ୍ଗୁଳୁଙ୍କ ମୃତଦେହ ଘର ପାଖ ଡ୍ରେନରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ବ୍ରାଉନସୁଗାର ଜବତ – ବେପାରୀ ବାପି ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ ସଫଳତା । ଅନେକ ଦିନ ହେଲା ଟ୍ରାକରେ ଥିବା ବ୍ରାଉନସୁଗାର ବେପାରୀ ଶିବାନନ୍ଦ ସାହୁ@ବାପିକୁ ଧରିବାରେ…
ଅଜଣା ଗାଡି ଧକ୍କାରେ ଦୁଇ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ…
ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା…