ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର କୁମ୍ଭୀରର ସାତକୋଶିଆ ମହାନଦୀ ଗଣ୍ଡରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ମଝିପଡା ନାଳରେ କୁମ୍ଭୀରର ମଲା ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଆଜି ନାଳରୁ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଛେଦ କରିଛି । ଗତ ଚାରି ଦିନ ତଳୁ କୁମ୍ଭୀରର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଉପର ମୁଣ୍ଡରେ ମାଛ ଜାଲ ଲାଗି ତାର ମୃତ୍ୟୁ ହୋଇଥିବା ଅନୁମାନ କରା ଯାଉଛି ବୋଲି ସାତକୋଶିଆ ଡି ଏଫ ଓ ସରୋଜ ପଣ୍ଡା କହିଛନ୍ତି । ସୂଚନାଯୋଗ୍ୟ ଯେ ଘଡ଼ିଆଳ କୁମ୍ଭୀରଙ୍କର ସୁରକ୍ଷିତ ଓ ପ୍ରାକୃତିକ ଆବାସସ୍ଥଳୀ କହିଲେ ସାତକୋଶିଆ ଗଣ୍ଡ।ଓଡ଼ିଶାର ଏହା ହେଉଛି ଏକମାତ୍ର ଆବାସସ୍ଥଳୀ।ଯେଉଁଠି ଘଡ଼ିଆଳ ବଂଶର ପୁନଃଉଦ୍ଧାର ପାଇଁ ସରକାର ଆଶାବାଦୀ ହୋଇଥିବା ବେଳେ ଏଠି ପାଇଲଟ ପ୍ରଜେକ୍ଟ ଭାବେ ଘଡ଼ିଆଳ ବି ଆରମ୍ଭ ହୋଇଛି।ନନ୍ଦନକାନନ ରୁ ଘଡ଼ିଆଳ ଶାବକକୁ ଆଣି ମହାନଦୀ ଗଣ୍ଡରେ ରାଜ୍ୟ ସରକାର ଛାଡୁଥିବା ବେଳେ ସୌଭାଗ୍ୟକ୍ରମେ ଦୀର୍ଘ ୪୦ବର୍ଷ ପରେ ସାତକୋଶିଆରେ ପ୍ରାକୃତିକ ଉପାୟରେ ଘଡ଼ିଆଳ ଛୁଆ ଜନ୍ମ ହେବା ଆରମ୍ଭ କରିଛନ୍ତି।ଏମିତି ଏକ ଶୁଭ ମୁହୂର୍ତ୍ତରେ ସାତକୋଶିଆରେ ଘଡ଼ିଆଳକୁ ହତ୍ୟା କରାଯିବା ଘଟଣା ସାତକୋଶିଆ କର୍ତ୍ତୃପକ୍ଷଙ୍କର ଘଡ଼ିଆଳ ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
What’s your Reaction?
+1
+1
+1
+1
+1
+1
+1