ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ କଳାହାଣ୍ଡି ପୁଲିସ ଦ୍ୱାରା କରାଯାଇଥିବା ଡିଭିଏଫ ଓ ଓଏସଓଜି ମିଳିତ କମ୍ବିଂ ଅପରେସନରେ ୫ ମାଓବାଦୀ ନିହତ ହେବା ସହ ୨ ଜଣ ଏସଓଜି ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ନାଁ ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ(୨୭) । ସୁଧୀର ମୟୁରଭଞ୍ଜ ଜିଲ୍ଲା ସୁଲିଆପଡ଼ା ଥାନା ଅନ୍ତର୍ଗତ ସାନଭଦୁଆ ଗାଁର ହୋଇଥିବା ବେଳେ ଦେବାଶିଷ ଅନୁଗୁଳ ଜିଲ୍ଲା ରାଜକିଶୋରନଗର ଅଙ୍ଗପଡା ଗାଁର । ଦେବାଶିଷ ୬ ବର୍ଷ ହେଲା ଏସଓଜି ଜବାନ ଭାବେ କାମ କରିଥିଲେ । ତେବେ ମାଓବାଦୀଙ୍କ ସହ କମ୍ବିଂ ଅପରେସନ ବେଳେ ସେ ସହିଦ ହୋଇଥିଲେ । ତେବେ ସେ ସାହସର ସହ ମାଓବାଦୀଙ୍କ ସହ ଲଢେଇ କରିବା ସହ ମାଓବାଦୀଙ୍କ ଦୁର୍ଗ ଭାଙ୍ଗିବାକୁ ସଫଳ ହୋଇଥିଲେ । ଭାରତର ଶାନ୍ତି ସମୟରେ ବୀରତା ତଥା ସାହସିକତାର ସମ୍ମାନ ହେଉଛି ଶୌର୍ଯ୍ୟ ଚକ୍ର । ତାଙ୍କୁ ଏଭଳି ସମ୍ମାନ ଦିଆଯିବ ବୋଲି ପୁଲିସ ଡ଼ିଜି ଟ୍ବିଟ କରି ସୂଚନା ଦେଇଛନ୍ତି ।
What’s your Reaction?
+1
4
+1
1
+1
1
+1
1
+1
56
+1
4
+1
14