ଅନୁଗୁଳ – କରୋନା ସଂକ୍ରମଣର ବିଗତ ଏକ ବର୍ଷ ମଧ୍ୟରେ ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୩୯୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥୁବା ବ୍ୟକ୍ତିମାନଙ୍କ ମଧ୍ୟରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦ ରେ ପହଞ୍ଚିଛି । ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ ୯୩ଜଣ, ତାଳଚେର ବ୍ଲକ ଅଂଚଳରୁ ୬୫ଜଣ , ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୫୭ ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୩୭ଜଣ , ଅନୁଗୁଳ ପୌରାଞ୍ଚଳରୁ ୩୭ଜଣ , ତାଳଚେର ପୌରାଞ୍ଚଳରୁ ୩ଠ ଜଣ , କିଶୋରନଗର ବ୍ଲକ୍ ଅଂଚଳରୁ ୨୮ଜଣ , ଅନୁଗୋଳ ବ୍ଲକ ଅଂଚଳରୁ ୨୧ଜଣ , ପାଳଲହଡା ବ୍ଳକ୍ ଅଂଚଳରୁ ୧୨ଜଣ , ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୧ଜଣ ଓ ଆଠମଲିକ ବ୍ଲକ୍ ଅଂଚଳରୁ ୨ ଜଣ ଅଛନ୍ତି । ଆଜି ଅନୁଗୁଳ କିଲ୍ଲାରୁ ୭୦ କଣ ସୁସ୍ଥ ହୋଇଥିବାର ଥିବାର ଜଣାପଡିଛି । ତେବେ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ୧୭୧ ଟି ଗାଁ ଓ ୨୬ ଟି ୱାର୍ଡକୁ ରେଡ ଜୋନ ଭାବେ ଚିହ୍ନଟ କରାଯାଇଛି । ଆଉ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଆଜି ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରା ଯାଇଛି । ଛେଣ୍ଡିପଦା ବ୍ଲକର ଡଙ୍ଗାପାଳ , ତାଲଚେର ବଡଜୋରଡାର ସେଣ୍ଟ୍ରାଲ ୱାର୍କସାପ କଲୋନୀ , ଗୋବରାର ହେଭି ୱାଟର ପ୍ରୋଜେକ୍ଟ କଲୋନୀ , ଜଗନ୍ନାଥପୁର ବଜାର ଛକ ଠାରୁ ଅଭିରାମପୁର ଛକ , ଟିଟିପିଏସ କଲୋନୀ , ତାଳଚେର ରେମୁଆଁ ର ନୂଆସାହି ୱାର୍ଡ ନମ୍ବର ୧୨ , ବଅଁରପାଳ ବ୍ଲକର ତୁଳସିପାଳ ଆଦିକୁ ବ୍ଲକ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରା ଯାଇଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
+1
+1