ପାର୍ଲର ଖୋଲିବାକୁ ଦାବିପତ୍ର

ପାର୍ଲର ଖୋଲିବାକୁ ଦାବିପତ୍ର

ଅନୁଗୁଳ – କରୋନା ଆକ୍ରାନ୍ତ ସଂଖ୍ୟା କମିବା ପରେ ଓଡିଶାର ଅନେକ ସ୍ଥାନରେ କଟକଣା କୋହଳ କରା ଯାଇଛି । ଧୀରେ ଧୀରେ ସମସ୍ତ ଦୋକାନ ବଜାର ଖୋଲା ଗଲାଣି । ତେବେ ବର୍ତ୍ତମାନ ସୁଦ୍ଧା ସରକାର ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଲଗାଇଛନ୍ତି । ଫଳରେ ଅନେକ ଦିନ ହେଲା ପାର୍ଲର ନ ଖୋଲି ପାରି ପର୍ଲର ବ୍ୟବସାୟ କରୁଥିବା ଲୋକ ହାତ ବାନ୍ଧି ବସିଛନ୍ତି । ରୋଜଗାର ନଥିବା ଯୋଗୁଁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏଥିପାଇଁ କୋଭିଡ କଟକଣା ଭିତରେ ପାର୍ଲର ଖୋଲିବାକୁ ସେମାନଙ୍କୁ ଅନୁମତି ଦେବା ପାଇଁ ପାର୍ଲର ବ୍ୟବସାୟୀମାନେ ଦାବି କରିଛନ୍ତି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହାର ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ କହିବା କଥା କୋଭିଡ ନିୟମାବଳୀ ଭିତରେ ଦୋକାନ ଖୋଲିଲେ ସେମାନେ ସେମାନଙ୍କ ରୋଜଗାର କରିପାରିବା ସହ ପରିବାର ଚଳାଇ ପାରିବେ । ପାର୍ଲର ଗୁଡିକୁ ନିୟମିତ ବିଶୋଧନ କରିବା ସହ ସାମଗ୍ରୀର ବିଶୋଧନ କରିବେ ଏବଂ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ କରି ମାସ୍କ ପିନ୍ଧି ସେମାନଙ୍କ କାମ କରିବେ । ପାର୍ଲରରେ ଗହଳି ନ ହେବା ପାଇଁ ବୁକିଂ କରିଥିବା ଗ୍ରାହକଙ୍କୁ ପାର୍ଲରକୁ ପ୍ରବେଶ ଅନୁମତି ଦେଇ କାମ କରିବେ ପାର୍ଲର ମାଲିକ ଓ କର୍ମଚାରୀମାନେ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏସବୁ କଟକଣା ଭିତରେ ପାର୍ଲର ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply