ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି

ଅସହଯୋଗ ଆନ୍ଦୋଳନରେ ଡାକ୍ତର – ସ୍ଥାୟୀ ନିଯୁକ୍ତି ଦାବି

ଅନୁଗୁଳ – ରାଜ୍ୟ ଆୟୁଷ ଡ଼ାକ୍ତର ସଂଘ ସହବନ୍ଧିତ ଅନୁଗୁଳ ଜିଲ୍ଲା ଆୟୁଷ ଡ଼ାକ୍ତର ସଂଘ ତରଫରୁ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ସ୍ଥାୟୀ ନିଯୁକ୍ତି ଦାବି କରା ଯାଇଛି । ଅନୁଗୁଳ ସଂଘ ସଭାପତି ଡଃ ଅଶ୍ବିନୀ କୁମାର ଖେତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆୟୁଷ ଡାକ୍ତର ମାନେ ବିଭିନ୍ନ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ବର୍ହି ବିଭାଗରେ କାର୍ଯ୍ୟ ସହ ସ୍ବାସ୍ଥ୍ୟ ବିଭାଗର କ୍ଷେତ୍ର ସ୍ତରୀୟ ଅନେକ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟ ( ଯଥା ଏଲୋପାଥି ବର୍ହି ବିଭାଗ ଜରୁରୀକାଳୀନ ଚିକିତ୍ସା , ଗର୍ଭ ଏବଂ ପ୍ରସୂତୀକାଳୀନ ଚିକିତ୍ସା , ଅଣ ସଂକ୍ରାମକ ରୋଗ ଚିକିତ୍ସା , ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତଦାରଖ ଏବଂ ଅନ୍ୟାନ୍ୟ ପଞ୍ଚାୟତ ସ୍ତରୀୟ ସ୍ୱାସ୍ଥ୍ୟ ସେବା , କାୟାକଳ୍ପ ଇତ୍ୟାଦି ) କାର୍ଯ୍ୟ କରି ଆସୁଛନ୍ତି ଏବଂ ନିଷ୍ଠାପର ସହ ୧୪ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କରିବା ସହ ଜରୁରୀ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଗୁରୁଦାୟିତ୍ବ ବହନ କରି ଆସିଥିବା ସୂଚନା ଦେଇଥିଲେ । ବିଶେଷ କରି ପଞ୍ଚାୟତସ୍ତରୀୟ ସ୍ବାସ୍ଥ୍ୟ ସେବାରେ ଆୟୁଷ ଡ଼ାକ୍ତର ମାନଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଥିବା ବେଳେ ସରକାର କିନ୍ତୁ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ । ଡାକ୍ତର ମାନଙ୍କ କହିବା କଥା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ପାରା ମେଡ଼ିସ୍କମାନଙ୍କୁ ନିୟମିତ କରାଯାଇଥିବା ବେଳେ ଗ୍ରାମୀଣ ସ୍ବାସ୍ଥ୍ୟ ସେବାର ମଙ୍ଗ ଧରିଥିବା ଆୟୁଷ ଡ଼ାକ୍ତରଙ୍କୁ ନିୟମିତ ପାଇଁ ଆଶ୍ବାସନା ଦିଆଯାଇଥିଲା । ମାତ୍ର ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ , ଯାହା ଫଳରେ ସାମାଜିକ ଓ ଆର୍ଥିକସ୍ତରରେ ଏହି ଡାକ୍ତର ମାନେ ନିରାଶ ହୋଇ ପଡିଛନ୍ତି । ସରକାର ଅନ୍ୟ ବିଭାଗରେ କର୍ମଚାରୀଙ୍କୁ ୬ ବର୍ଷ ପରେ ନିୟମିତ କରୁଥିବା ବେଳେ ଆୟୁଷ ଡ଼ାକ୍ତରଙ୍କ ପ୍ରତି ବୈମାତୃକ ଭାବ ଯୋଗୁଁ ସଂଘ କ୍ଷୋଭ ପ୍ରକାଶ କରିଥିଲା । ଦୀର୍ଘ ବର୍ଷ ହେଲା ଚୁକ୍ତିଭିତ୍ତକ ଚାକିରୀ ଭିତରେ ଅନେକଙ୍କ ବୟସ ଗଡ଼ି ସାରିଲାଣି । ଏହାର ପ୍ରତିବାଦରେ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ଜିଲ୍ଲାରେ ସଂଘ ଅସହଯୋଗ ଆନ୍ଦୋଳନ କରି ଆସୁଛି । ସରକାର ତୁରନ୍ତ ସମସ୍ତ ଆୟୁଷ ଡ଼ାକ୍ତରଙ୍କର ଅସନ୍ତୋଷକୁ ହୃଦୟଙ୍ଗମ କରି ଯଥାଶୀଘ୍ର ନିୟମିତ ହେବା ପାଇଁ ନ୍ୟାର୍ଯ୍ୟଦାବି ପୂରଣ କରିବାକୁ ସଂଘ ତରଫରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ଉପ – ସଭାପତି ଡା . ସଂଘମିତ୍ରା ଦାଶ , ସଂପାଦକ ଡ଼ା ବିଜୟ କୁମାର ପ୍ରଧାନ , କୋଷାଧ୍ୟକ୍ଷ ଡ଼ା ତପସ୍ବିନୀ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଆୟୁଷ ଡ଼ାକ୍ତର ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
11
+1
0
+1
1

Leave a Reply