ଅନୁଗୁଳ – ଅନୁଗୁଳ ତାଳଚେର ବ୍ଲକ କୋଡ଼ିଏ ନମ୍ୱର୍ ଜିଲ୍ଲା ପରିଷଦ ଅନ୍ତର୍ଗତ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ହୋଇଥିବା ପଞ୍ଚାୟତ ନିର୍ବାଚନ ଗଣତି ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗୁରୁବାର ଅନୁଗୁଳର ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ପ୍ରାର୍ଥୀ
ନୀଲମ ଲାଲ , ଲିଜା ବେହେରା , ସ୍ଵେଚ୍ଛାସେବୀ ପ୍ରଫୁଲ୍ଲ ଦାସ , ସୁମନ୍ତ ବେହେରା , ବିନୋଦ ଲାଲ ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଯେ ୧୨ ଓ ୧୬ ନମ୍ୱର୍ ୱାର୍ଡ ପାଇଁ ଭୋଟ ଗଣତି ବେଳେ ଭୋଟ ବାକ୍ସ ସିଲ୍ ନଥିଲା ଏବଂ ପ୍ରିଜାଇଡ୍ଡିଂ ଅଫିସରଙ୍କ ଦସ୍ତଖତ ନଥିଲା । ପ୍ରାର୍ଥୀଙ୍କ ଏଜେଣ୍ଟ ଏହାର ପ୍ରତିବାଦ କରିବାରୁ କୌଣସି ଅଧିକାରୀ ଶୁଣି ନଥିଲେ । ଫଳରେ ଏଜେଣ୍ଟ ମାନେ ଗଣତି ସ୍ଥଳ ଛାଡ଼ି ଚାଲିଯାଇଥିଲେ । ଅଭିଯୋଗକାରୀ ମାନେ ଏଥିପାଇଁ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ବିଡ଼ିଓଙ୍କୁ ଦାୟୀ କରିଛନ୍ତି । ଶୁକ୍ରବାର ଅଭିଯୋଗକାରୀ ମାନେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
What’s your Reaction?
+1
+1
+1
+1
+1
13
+1
1
+1
2