ଅପରାଧ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା – ଅଭିଯୁକ୍ତକୁ କୋର୍ଟ ଚାଲାଣ Angul OnlineJune 30, 2021June 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଛେଣ୍ଡିପଦା ନିଉ ଉମା ହୋଟେଲର ମାଲିକ ସୁକାନ୍ତ କୁମାର ବେହେରା @ ପିଣ୍ଟୁ । ସୂଚନା ଅନୁସାରେ ୨୮ ତାରିଖ ବିଳମ୍ବିତ ରାତିରେ ମହିଳା ଡାକ୍ତରଙ୍କ ବାସଭବନକୁ ସୁକାନ୍ତ ଖାଇବାକୁ ନେଇ ଦେଇଥିବା ବେଳେ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଛେଣ୍ଡିପଦା ଥାନାରେ ଡାକ୍ତର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିବା ସହିତ ମହିଳା ଡାକ୍ତରଙ୍କ ଡାକ୍ତରୀ ମାଇନା କରିଥିଲା । ଗତକାଲି ଅଭିଯୁକ୍ତ ସୁକାନ୍ତ ଡାକ୍ତରଖାନା ପରିସରରେ ବୁଲୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା । ଅପରପକ୍ଷେ ଆଜି ଛେଣ୍ଡିପଦା ପୁଲିସ ମହିଳା ଡାକ୍ତରଙ୍କ ମାଜିଷ୍ଟ୍ରେଟଙ୍କ ଆଗରେ ଧାରା ୧୬୪ ଅନୁଯାୟୀ ବୟାନ ରେକର୍ଡ କରାଇଥିଲା । ସେପଟେ ଅଭିଯୁକ୍ତ ଯୁବକର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ମାଇନା କରିବା ସହିତ ଅପରାହ୍ନରେ କୋର୍ଟ ଚାଲାଣ କରା ଯାଇଥିଲା । Advertisement
ପ୍ରେମ ପରେ ଦୁଷ୍କର୍ମ , ପ୍ରତାରଣା – ଯୁବକ ଗିରଫ ଅନଗୁଳ – ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ…
ଅବସରପ୍ରାପ୍ତ ପୁଲିସ ବାବୁଙ୍କ ଘରେ କଲାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ବାସ କରୁଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ଘରେ ଚୋର କଳାକନା ବୁଲାଇଛନ୍ତି । ଘରେ କେହି ନଥିବା ବେଳେ ତାଲା…
ଜେଲ ସାମନାରୁ ଚୋରୀ – ସିସି ଟିଭିରେ କଏଦ ହେଲା ଚୋରର କାରନାମା ଅନୁଗୁଳ – ଅନୁଗୁଳ ସଦର ମହକୁମା ଜେଲ ଛକରୁ ସାଇକେଲ ଚୋରୀ । ରାସ୍ତାରେ ଯାଉଥିବା ବେଳେ ସାଇକେଲ ଥୁଆ ହୋଇଥିବା ଦେଖି ମଉକାର ଫାଇଦା ଉଠାଇ…