ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ଠାରେ ଲାଗିଥିବା ବିଶାଳ ଜାତୀୟ ପତାକାକୁ ଅସମ୍ମାନ । ଜାତୀୟ ପତାକା ଛିଣ୍ଡା ଅବସ୍ଥାରେ ଥିବା ବେଳେ ଖୁଣ୍ଟର ତଳ ଭାଗରେ ଗୁଡାଇ ଦିଆ ଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଅନୁଗୁଳ ରେଳ ଷ୍ଟେସନରେ କିଛି ମାସ ତଳେ ଜାତୀୟ ପତାକା ଲଗା ଯାଇଥିଲା । ଯାହାକୁ ଦେଖି ଅନୁଗୁଳବାସୀ ଖୁସି ହୋଇ ଯାଇଥିଲେ । ଷ୍ଟେସନ ଯିବା ଆସିବା କରୁଥିବା ଲୋକ ସେହି ଜାତୀୟ ପତାକାକୁ ଦେଖି ଗର୍ବ ଅନୁଭବ କରୁଥିଲେ । ତେବେ ସେହି ଜାତୀୟ ପତାକାକୁ ସମ୍ମାନର ସହ ଲଗାଯିବାକୁ ଥିବା ବେଳେ ବର୍ତ୍ତମାନ ଜାତୀୟ ପତାକାକୁ ଅସମ୍ମାନ କରା ଯାଇଥିବା ଦେଖିବାକୁ ମିଳିଛି । ପତାକା ରଙ୍ଗହୀନ ପାଲଟିଯାଇଥିବା ବେଳେ ଛିଣ୍ଡି ଯିବା ସହ ପତାକାରେ ବହୁତ ଗଣ୍ଠି ପଡି ରହିଛି । ଆଉ ପତାକାକୁ ସେହି ଖୁଣ୍ଟର ତଳ ଭାଗରେ ବାନ୍ଧି ଦିଆଯାଇଅଛି । ଏପରିକି ଜାତୀୟ ପତାକାର କିଛି ଅଂଶ ତଳେ ଘୁଷୁରୁଛି । ପତକା ଖୁଣ୍ଟରୁ ପତାକା ଖସି ତଳେ ପଡିଥିବା ବେଳେ ଏହାକୁ ତଳେ ସେହି ଖୁଣ୍ଟରେ କେହି ଗୁଡେଇ ବାନ୍ଧି ଦେଇଛି । ପତକା ଛିଣ୍ଡି ତଳେ ପଡିବା ଘଟଣା ଲୋକେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ଜାତୀୟ ପତାକାକୁ ଏଭଳି ଅସମ୍ମାନ କରା ଯାଇଥିବା ଦେଖି ବିଭିନ୍ନ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସହରର ଏକ ପ୍ରମୁଖ ତଥା ଲୋକଙ୍କ ଯାତାୟାତ ସ୍ଥାନରେ ଦେଶର ଜାତୀୟ ପତାକାକୁ ଏଭଳି ଢଙ୍ଗରେ ଅସମ୍ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
What’s your Reaction?
+1
+1
+1
+1
+1
+1
+1