ମୁଖ୍ୟ ଖବର ଅବସର ପ୍ରାପ୍ତ ଅଧକ୍ଷଙ୍କ କବିତାକୁ ଉତ୍ତେଜନା – ଥାନାର ଦ୍ଵାରସ୍ଥ ହେଲେ ଗ୍ରାମବାସୀ Angul OnlineDecember 30, 2021December 30, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦାର ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲଙ୍କ ସୋସିଆଲ ମିଡିଆରେ ଲେଖା ଯାଇଥିବା କବିତାକୁ ନେଇ ଛେଣ୍ଡିପଦା ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ , ଛେଣ୍ତିପଦା ଗ୍ରାମର ଅବସରପ୍ରାପ୍ତ ଅଧକ୍ଷ ଉଦୟନାଥ ବେହେରା ୩ ଦିନ ତଳେ ସାମାଜିକ ଗଣ ମାଧ୍ୟମରେ ଏକ କବିତା ଲେଖିଥିଲେ । ଏହି କବିତାରେ ସେ ଗାଁ ନାମରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏ ନେଇ ଗ୍ରାମରେ ବୈଠକ କରିବା ସହିତ ଗୁରୁବାର ଅପରାହ୍ନରେ ଛେଣ୍ଡିପଦା ଗ୍ରାମର ଶତାଧିକ ଗ୍ରାମବାସୀ ଛେଣ୍ଡିପଦା ଥାନାର ଦ୍ଵାରସ୍ଥ ହେବା ସହିତ ଅଧକ୍ଷଙ୍କ ନାମରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ମାନେ ଫେରିଯାଇଛନ୍ତି । Advertisement
ବ୍ରାଉନ୍ସୁଗାର ଜବତ ମାମଲାରେ ଅଭିଯୁକ୍ତ ମହିଳାକୁ ୫ ବର୍ଷ ଜେଲ ଅନୁଗୋଳ – ଦେଢ଼ ବର୍ଷ ତଳେ ନାଲ୍କୋ ଥାନା ଇଲାକା ଗିରାଙ୍ଗ ଅଞ୍ଚଳରୁ ଏକ ଟ୍ରାଉନ୍ସୁଗର ଜବତ ମାମଲାର ରାୟ ଶୁକ୍ରବାର ଅତିରିକ୍ତ ସ୍ଵତନ୍ତ୍ର ଜିଲ୍ଲା ଓ…
ପଞ୍ଜାବରୁ ଆସି କରୁଥିଲେ ଅପରାଧ – ମାରଣାସ୍ତ୍ର ସହ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ପୁଲିସ କବଜାରେ ପଞ୍ଜାବର ଦୁଇ ଅପରାଧୀ । ଯେଉଁମାନେ ଅନୁଗୁଳ ଜିଲାରେ ରହି ବିଭିନ୍ନ ପ୍ରକାର ଅପରାଧ ଘଟାଉ ଥିବା…
ଅଜଣା ଗାଡି ଧକ୍କାରେ ଯୁବକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ-ଦେବଗଡ ୬୩ ନମ୍ବର ରାଜ୍ୟ ରାଜପଥର ଗୋଳାଗାଡିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।…