ଆଞ୍ଚଳିକ ଏଫଇଏସ ପକ୍ଷରୁ ରାସନ ବଣ୍ଟନ Angul OnlineJune 20, 2021June 20, 2021 ଅନୁଗୁଳ – କରୋନା ମହାମାରୀ ସମୟରେ ଅନୁଗୁଳର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା । ହେମସୁରପଡା ପ୍ରିନ୍ସ କ୍ଲବ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବରେ କରୋନାର ଏହି ଦୁର୍ଦ୍ଦିନ ସମୟରେ ସମଯରେ ବାସ କରୁଥିବା ତୃତୀୟ ଲିଙ୍ଗ ଅନ୍ତର୍ଗତ ବ୍ୟକ୍ତି ବିଶେସ ମାନେ ନିଜର ରୋଜଗାର ହରାଇବାର ସହିତ ଲକଡାଉନ ଯୋଗୁଁ ଗୃହବନ୍ଦୀ ଭାବେ ରହୁଛନ୍ତି । ଏହାକୁ ଦୃଷ୍ଟିରେ ରାଖୀ ପ୍ରାୟ ୬୭ ଜଣ ତୃତୀୟ ଲିଙ୍ଗ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏଫଇଏସ ଅନୁଗୁଳ ତରଫରୁ ଚାଉଳ , ଚୂଡା , ତେଲ , ଚିନୀ , ଡାଲି ଆଳୁ , ପିଆଜ , ମସଲା ତଥା ସାବୁନ ଭଳି ମାସିକିଆ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଫଇଏସ ଅନୁଷ୍ଠାନର ମୁଖ୍ୟ ସ୍ଵପ୍ନାଶ୍ରୀ ଷଡଙ୍ଗୀ ଏବଂ ଉପ-ଜିଲ୍ଲାପାଳ ବାସୁଦେବ ଶତପଥି ଉପସ୍ଥିତ ରହି ସମସ୍ତ ହିତାଧିକାରୀ ମାନଙ୍କୁ କରୋନା ସଚେତନତା କରାଇବା ସହ ଟୀକାକରଣ କରାଇବା ଏବଂ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖିବାକୁ ପରାମର୍ଶ ଦେଇଥିଲେ । Advertisement
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ତାଳଚେର ଗସ୍ତ ତାଳଚେର – ଭାରତ ସରକାରଙ୍କର କେନ୍ଦ୍ର ସାର ଓ ରସାୟନ ତଥା ନବୀକରଣୀୟ ଉର୍ଜ୍ଜା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଦୁଇଦିନିଆ ଅନୁଗୁଳ ଜିଲ୍ଲା ତାଳଚେର…
ପାର୍ଲର ଖୋଲିବାକୁ ଦାବିପତ୍ର ଅନୁଗୁଳ – କରୋନା ଆକ୍ରାନ୍ତ ସଂଖ୍ୟା କମିବା ପରେ ଓଡିଶାର ଅନେକ ସ୍ଥାନରେ କଟକଣା କୋହଳ କରା ଯାଇଛି । ଧୀରେ ଧୀରେ ସମସ୍ତ ଦୋକାନ ବଜାର…
ବିଇଡି କଲେଜ ରେ ପୁରାତନ ଛାତ୍ର ସଂଘର “ମୋ କଲେଜ” ବୈଠକ ଅନୁଗୋଳ – ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳ ରେ ମୋ କଲେଜ ଅଭିଯାନର ତୃତୀୟ ବୈଠକ ଆୟୋଜିତ ହୋଇ ଯାଇଛି । ଏହି…