ମୁଖ୍ୟ ଖବର ବିବାଦ ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ – ରୋଗୀଙ୍କୁ ଝଡାଫୁଙ୍କା , ସମ୍ପର୍କୀୟଙ୍କୁ ମାଡ଼ ଅଭିଯୋଗ Angul OnlineSeptember 28, 2022September 28, 2022 ଅନୁଗୁଳ – ବିବାଦ ପିଛା ଛାଡ଼ୁନି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟର । ପୂର୍ବରୁ ୱାର୍ଡ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କାର ଅଭିଯୋଗ ଅନେକ ଥର ଆସିଛି । ତେବେ ଏବେ ଭୁତ ଛଡ଼ାଇବାକୁ ମଧ୍ୟ ଗୁଣିଆ ଆସି ଚିକିତ୍ସାଳୟର ମେଲ ୱାର୍ଡରେ ରୋଗୀଙ୍କ ଉପରେ ମନ୍ତ୍ର ପାଠ ଓ ମାଡ ମାରିଥିବା ଅଭିଯୋଗ ଗତ କାଲି ଆସିଥିବା ବେଳେ ଆଜି ଜଣେ ଶିଶୁରୋଗୀଙ୍କ ବାପାଙ୍କୁ ଚିକିତ୍ସାଳୟର କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ମେଲ ୱାର୍ଡରେ ମାନସିକ ଅବସ୍ଥା ଭଲ ନଥିବା ଜଣେ ରୋଗୀ ଭର୍ତ୍ତି ହୋଇଥିଲେ । ତେବେ ଗତକାଲି ସେହି ରୋଗୀଙ୍କ ଦେହରେ ଭୂତ ଲାଗିଛି କହି ଜଣେ ମହିଳା ବହିରୁ ମନ୍ତ୍ର ପଢି ଝଡାଫୁଙ୍କା କରିବା ସହ ରୋଗୀଙ୍କୁ ବାନ୍ଧି ମାଡ ମାରୁଥିଲେ । ଏ କଥା ସମାଜସେବୀ ଚିନ୍ମୟୀ ଦାସଙ୍କ ନଜରକୁ ଆସିବା ପରେ ସେ ଏହା କରିବାକୁ ବାରଣ କରିବା ସହ ଚିକିତ୍ସାଳୟ କର୍ମଚାରୀଙ୍କୁ ଜଣାଇଥିଲେ । ତେବେ ସେତେବେଳେ ୱାର୍ଡରେ ଡାକ୍ତରଖାନାର ନର୍ସ , କର୍ମଚାରୀ ସମେତ ତାଲିମ ନେବାକୁ ଆସିଥିବା ଛାତ୍ରଛାତ୍ରୀ ଥିଲେ ମଧ୍ୟ ଏଭଳି ଝଡାଫୁଙ୍କାକୁ କିଭଳି ପ୍ରସୟ ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସ୍ୱାସ୍ଥ୍ୟ ପ୍ରଶାସନ ଏ ଘଟଣାର ତଦନ୍ତ କରୁଥିବା ବେଳେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ସୂଚନା ଅନୁସାରେ ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗାଁର ସଦାନନ୍ଦ ପ୍ରଧାନ ନିଜ ୧୪ ମାସର ଝିଅର ରାତିରେ ଜ୍ୱର ଆସିବାରୁ ମଙ୍ଗଳବାର ରାତି ପ୍ରାୟ ସାଢେ ୨ଟା ବେଳେ ଓପିଡିକୁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଔଷଧ ଓ ଇଞ୍ଜେକସନ ଲେଖିଥିଲେ । ଏହାପରେ ଶିଶୁ କନ୍ୟାକୁ ସଦାନନ୍ଦ ଶିଶୁ ୱାର୍ଡରେ ଆଡ଼ମିଶନ ପାଇଁ ନେଇଥିଲେ । ସେଠାରେ ଶୋଇଥିବା ନର୍ସଙ୍କୁ ଉଠାଇ ଚିଠା ଦେଖାଇଥିଲେ । ତେବେ ଚିଠା ମୁତାବକ ନର୍ସ ଝିଅଟିକୁ ଇଞ୍ଜେକସନ ଦେବା ବେଳେ ହାତ ଓ ଜଙ୍ଘର ଚାରି ଜାଗା ଫୋଡ଼ିବା ପରେ ମଧ୍ୟ ଇଞ୍ଜେକସନ ଦେଇ ପାରିନଥିଲେ । ସେପଟେ ଇଞ୍ଜେକସନ ଫୋଡା ଖାଇ ଶିଶୁକନ୍ୟାଟି ଜୋରରେ କାନ୍ଦିଥିଲା । ଏହା ଦେଖି ସଦାନନ୍ଦ ନର୍ସକୁ ଆପଣ ପାରୁନାହାନ୍ତି ଆଉ କିଏ ଯଦି ସିନିୟର୍ ଅଛନ୍ତି ଡାକନ୍ତୁ ବୋଲି କହିବାରୁ ନର୍ସ ଜଣକ ଚିହିଁକି ଉଠିଥିଲେ । ଏତିକିବେଳେ ଆଉ ଜଣେ ନର୍ସ ମଧ୍ୟ ଆସି ସଦାନନ୍ଦକୁ ଗାଳି ଗୁଲଜ କରିଥିଲେ । ଅକାରଣରେ ଗାଳି ଦେଉଥିବାରୁ ସଦାନନ୍ଦ ମୋବାଇଲ ବାହାର କରି ରେକର୍ଡିଂ କରିବି ବୋଲି କହିଥିଲେ । ଏଥିରେ ନର୍ସ ଦ୍ବୟ ଆହୁରି ରାଗି ଯାଇ ସଦାନନ୍ଦକୁ ବାଡେଇବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିବା ସଦାନନ୍ଦ ଗଣମାଧ୍ୟମ ପାଖରେ ଅଭିଯୋଗ କରିଛନ୍ତି । ଏପରିକି ନର୍ସ ଦ୍ବୟ ସେମାନଙ୍କୁ ଜବରଦସ୍ତ ୱାର୍ଡରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏହା ପରେ ସଦାନନ୍ଦ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟାକୁ ଧରି ବସ ଷ୍ଟାଣ୍ଡରେ ରହି ସକାଳେ ପୁଣି ଓପିଡିରେ ଚର୍ମ ବିଭାଗରେ ଦେଖାଇ ଘରକୁ ଫେରିଥିଲେ । ତେବେ ଲଗାତାର ଦୁଇ ଦିନ ଏଭଳି ଦୁଇଟି ବିବାଦ ଡାକ୍ତରଖାନା ପରିଚାଳନାକୁ ପଦାରେ ପକାଇଛି । ସେପଟେ ଏ ନେଇ ସ୍ୱାସ୍ଥ୍ୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । https://angulonline.com/wp-content/uploads/2022/09/VID-20220928-WA0004.mp4 Advertisement
ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ…
ଦିଲ୍ଲୀରେ ଖ୍ୟାତାନାମା ସାମ୍ବାଦିକ ଥିବା ଅନୁଗୁଳର ଶ୍ୟାମାନୁଜଙ୍କ ପରଲୋକ ଅନୁଗୁଳ – ଦିଲ୍ଲୀରେ ଦୀର୍ଘବର୍ଷ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ସାମ୍ବାଦିକତା କରୁଥିବା ଅନୁଗୁଳ ଗାନ୍ଧୀମାର୍ଗ ଅମଲାପଡା ବାସିନ୍ଦା ଶ୍ୟାମାନୁଜା ଦାସଙ୍କ ଗତ କାଲି ପରଲୋକ…
ଅଜଣା ଗାଡି ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ…