ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

ଅନୁଗୁଳ – କୃଷି ଓ ଏହାର ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏହି ପ୍ରଦର୍ଶନୀକୁ ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ମୁଖ୍ୟ ଅତିଥୀ ଭାବେ ଉଦଘାଟନ କରିବା ସହ କୃଷକ ମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃତ କାର୍ଯ୍ୟର ସୁଫଳ ଆମେ ମାନେ ଯେପରି ପାଉଛେ ସେହିପରି ଭାବରେ ସେମାନଙ୍କର କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କୃଷି ଭିତ୍ତକ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ସରକାରଙ୍କ ଆଧୁନିକ ପ୍ରଣାଳୀ , ବୈଷୟିକ ଜ୍ଞାନ କୌଶଳ , ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗୁଁ ଆଜି କୃଷକମାନେ ବିଶେଷ ଉପକୃତ ହୋଇପାରୁଛନ୍ତି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ପାଲଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ତୃଣମୁଳ ସ୍ତରରେ ବିଭିନ୍ନ କୃଷିଭିତ୍ତକ ଯୋଜନାଗୁଡିକୁ ଚାଷୀ ମାନଙ୍କ ନିକଟରେ ପହଞ୍ଚାଇ ପାରିଲେ ଏହାର ସୁଫଳ ଆମେ ସମସ୍ତେ ପାଇପାରିବା ବୋଲି ମତବ୍ୟକ୍ତ କରିଥିଲେ । କୃଷି ଓ ଏହାର ଆନୁସଙ୍ଗିକ ବିଭାଗରେ ଉପଲବ୍ଧ ବୈଷୟିକ ଜ୍ଞାନ ଓ କୌଶଳ ପଦ୍ଧତିର ସଦୁପଯୋଗ କରି ଚାଷୀମାନଙ୍କ ବ୍ୟବହାରରେ ଏହାକୁ ଲଗାଇବା ଉପରେ ସମ୍ମାନୀତ ଅତିଥ୍ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଥିଲେ । କୃଷକମାନଙ୍କୁ ବିଭିନ୍ନ କୃଷି ପଦ୍ଧତି ସମ୍ପର୍କରେ ସଚେତନ କରାଯିବା ନିମନ୍ତେ ଏହି ମେଳା ଆୟୋଜନ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଲେ । ଅନ୍ୟତମ ସମ୍ମାନିତ ଅତିଥୀ ଭାବେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଓ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଭକ୍ତିପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧୁକାରୀ ଶ୍ରୀ ଦେବରାଜ ମହାନ୍ତି ସମସ୍ତକୁ ଧନ୍ୟବାଦ ଦେଇଥିଲେ । ଉଦଘାଟନ ପରେ ଅତିଥି ମାନେ କୃଷି ବିଭାଗ ଓ ଏହାର ଆନୁ ସଙ୍ଗିକ ବିଭାଗ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଦ୍ୱାରା ଖୋଲାଯାଇଥିବା ପ୍ରଦର୍ଶନୀ ମଣ୍ଡପ ଓ ଉଦ୍ୟାନ କୃଷି ବିଭାଗ ଦ୍ୱାରା ଆୟୋଜିତ ପୁଷ୍ପ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply