ଆଞ୍ଚଳିକ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମେଳନ ଆୟୋଜିତ Angul OnlineOctober 18, 2022October 18, 2022 ଅନୁଗୁଳ – କୃଷି ବିଜ୍ଞାନ କେନ୍ଦ୍ର, ଅନୁଗୁଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ମୀଳିତ କୃଷକ ଭାଈ ଓ ଭଉଣୀମାନଙ୍କୁ ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ୱାରା କୃଷି ଓ କୃଷକ ର ଉନ୍ନତି ହୋଇପାରିବ ବୋଲି ଉଦବୋଧନ ଦେଇଥିଲେ । ଶ୍ରୀ ସାହୁ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ସନ୍ତୋଷବ୍ୟକ୍ତ କରିବା ସହ କେନ୍ଦ୍ରର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ସେ ମଧ୍ୟ ଆଗାମୀ ଦିନରେ କେନ୍ଦ୍ର ପରିସରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରୀ ଅନୁଦାନ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଚାଷୀ ଭାଈ ଓ ଭଉଣୀମାନେ ଯୋଗଦେଇ ତାଙ୍କର ସାମୁହିକ ସମସ୍ୟା ମାନ୍ୟବର ସାଂସଦଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ, ଭାରତୀୟ କୃଷି ଗବେଷଣା ଅନୁଷ୍ଠାନ, ନୂଆଦିଲ୍ଲୀଠାରେ ଅନୁଷ୍ଠିତ କୃଷକମାନଙ୍କ ମହାସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଉଦବୋଧନ ର ସିଧାପ୍ରସାରଣ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣ ସମ୍ମାନ ନିଧି ଯୋଜନା ବିଷୟରେ ଚାଷି ଭାଈ ଓ ଭଉଣୀମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରମିଳ କୁମାର ସ୍ୱାଇଁ, ଜିଲ୍ଲାମତ୍ସ୍ୟ ଉପନିର୍ଦ୍ଦେଶକ ଶ୍ରୀମତୀ ବବିତା ମହାନ୍ତ, ଜିଲ୍ଲା ଜଳବିଭାଜିକାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମିତ କୁମାର ବେହେରା ତଥା ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁଶ୍ରୀ ଶୁଭସ୍ମିତା ଘଡେଇ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ଡ଼ ଦେବାଶିଷ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ଅନ୍ୟ ବୈଜ୍ଞାନିକ ମାନେ ତଥା ସମସ୍ତ କର୍ମକର୍ତ୍ତା ସହାୟତା କରିଥିଲେ । ଶେଷରେ ଜିଲ୍ଲା କୃଷକ ମହାସଂଘ ର ସଭାପତି ଶ୍ରୀ ଅରକ୍ଷିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ରାଷ୍ଟ୍ରୀୟ ନବବର୍ଷ ପାଳିତ ଅନୁଗୁଳ – ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଅଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଦଭବନଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଗୋବର୍ଦ୍ଧନ ମଠ ପୂରୀ ସନାତନ…
ସଡକ ଦୁର୍ଘଟଣାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜେ ଏସ ପି ପ୍ଲାଣ୍ଟ ପରିସରରେ ସଡକ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ଅନୁଗୋଳ…
କୋଇଲାଗାଡ଼ିରେ ପାଲ ଘୋଡ଼ାଇବା ପାଇଁ ଦାବୀପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲରୁ କୋଇଲା ପରିବହନ କରୁଥିବା ହାଇୱା ଟ୍ରକ ଏବଂ କଣ୍ଟେନର ଗୁଡ଼ିକରେ ପାଲ ବା ତାରପୋଲିନ୍ ଘୋଡ଼ାଇ ନେଉ ନଥିବାରୁ…