ଜଳବନ୍ଦୀ ଅଞ୍ଚଳରେ ଜିଲ୍ଲାପାଳ – ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିଲେ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ସହ ଲୋକଙ୍କ ଦୁର୍ଦ୍ଦଶା ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବୁଝିଛନ୍ତି ସେ ଆଜି ଟିକରପଡା ଯାଇ ବନ୍ୟାଜଳ ଅତିକ୍ରମ କରି ସେଠାରେ ହୋଇଥିବା ରିଲିଫ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସେଠାରେ ଲୋକେ କିଭଳି ଅଛନ୍ତି, ପ୍ରଶାସନ ପକ୍ଷରୁ ବନ୍ୟାବିପନ୍ନଙ୍କ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି ତାହା ତଦାରଖ କରିଛନ୍ତି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ଲୋକଙ୍କ ସହ ଆଲୋଚନା କରି ସରକାର ଓ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଉଥିବା ସମସ୍ତ ସାମଗ୍ରୀ ସେମାନଙ୍କ ପାଖରେ ପହଁଚିଛି କି ନାହିଁ ତାହା ପଚାରି ବୁଝିଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଜିରୋ କାଜୁଆଲିଟି ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଠାରେ ଲୋକଙ୍କ ସେଭଳି କିଛି ସମସ୍ୟା ନାହିଁ । ସନ୍ଧ୍ୟା ପରେ ଲାଇଟର ଅସୁବିଧା ଥିବା କଥା ତାଙ୍କୁ ଲୋକ କହିଥିବା ବେଳେ ଆଜି ସନ୍ଧ୍ୟା ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସେମାନଙ୍କ ନିକଟରେ ଆସ୍କା ଲାଇଟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଆଉ ଯାହା ବି ସମସ୍ୟା ରହିଛି ତାହାର ଆସୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ । ବନ୍ୟାବିପନ୍ନଙ୍କ ଗମନାଗମନ ପାଇଁ ଏଠାରେ ରବର ବୋଟ୍‌ ଯୋଗାଇ ଦିଆଯାଇଛି । ଆଜିଠାରୁ (ଗୁରୁବାର) ବନ୍ୟାପାଣି କମିଛି । ଏହାସତ୍ତ୍ବେ ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ତେଣୁ ରିଲିଫ କୋଡ୍‌ ମୁତାବକ ଲୋକଙ୍କୁ ଆଉ କଣ ସୁବିଧା ଯୋଗାଇ ହେବ ତାହାକୁ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ ସମୟରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପ, ଅନୁଗୁଳ ତହସିଲଦାର ବିଡିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *