ରାଜନୀତି ବିଜେଡିରେ ବିଧିବିଧ ଭାବେ ସାମିଲ ହେଲେ ଡାକ୍ତର ପ୍ରତାପ ପାଣି Angul OnlineJanuary 29, 2024January 29, 2024 ଅନୁଗୁଳ – (ଅନୁଗୁଳ ଅନଲାଇନ୍) – ଆଜି ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ କଳାକାର । ଏହ ସହ ଅନୁଗୁଳ ଜିଲ୍ଲାର ପାଲଲହଡା ନିର୍ବାଚନ ମଣ୍ଡଳୀର ଡାକ୍ତର ପ୍ରତାପ ଚନ୍ଦ୍ର ପାଣି ମଧ୍ଯ ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ ବିଧିବଧ ଭାବେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ମିଶିଛନ୍ତି । ଡାକ୍ତର ପ୍ରାତାପ ପାଣି ବେଙ୍ଗାଳୁରୁ ଓଡ଼ିଶା ସଂଘ ଯେଉଁଠି ୧୫ ଲକ୍ଷ ଓଡ଼ିଆ ରହୁଛନ୍ତି, ସେ ତାହାର ପ୍ରତିଷ୍ଠାତା ସଦସ୍ୟ. ମଧ୍ଯ ଅଛନ୍ତି । ସେ SCB ମେଡିକାଲ ଛାତ୍ର ସଂସଦ ସଭାପତି ଥିଲେ । ତାଙ୍କ ଘର ତାଳଚେର କଣିହାଁ ବ୍ଲକ ବିଜିଗୋଳ ଗାଁରେ । ସେ ଗତ କିଛି ବର୍ଷ ହେଲା ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଜନସେବା କରୁଛନ୍ତି । ଆଜି ସେ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇ କହିଛନ୍ତି ଯେ , ପିଲା ବେଳୁ ସେ ବିଜୁ ବାବୁଙ୍କ ପାଇଁ ଅନୁପ୍ରାଣିତ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଛାତ୍ର ନେତା ହୋଇ ପାରଇଥିଲେ । ସେ ସମୟରେ ଏଠି କିଛି ସୁବିଧା ନଥିବାରୁ ପ୍ରଫେସନାଲ କ୍ୟାରିଅର ପାଇଁ ବେଙ୍ଗାଳୁରୁ ଯାଇଥିଲେ । ହେଲେ ମଧ୍ଯ ସବୁବେଳେ ମାଟି ପାଇଁ ବି କାମ କରୁଥିଲେ ଆଉ କରିବେ । ରାଜ୍ଯ ସରକାରଙ୍କ BSKY ଏକ ବହୁତ ଭଲ ଯୋଜନା । ଏପରି ଯୋଜନା ଅନ୍ଯ କେଉଁଠି ନାହିଁ । ଦିନ ଥିଲା SCB ରେ ଖେଳ ପଡିଆ ଜବରଦଖଲ ହେଉଥିଲା ।ହେଲେ ଏବେ SCB ହସ୍ପିଟାଲ ଅବସ୍ଥା ବଦଳିଛି । ଆଉ ଦୁଇ ବର୍ଷରେ ଏହା ଦେଶର ଏକ ନମ୍ବର ହସ୍ପିଟାଲ ହେବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ମାନସିକତା ଯୋଗୁଁ ରୂପାନ୍ତର ହୋଇ ପାରିଛି । ନବୀନ ବାବୁ ବହୁତ calmly ବିନା ପ୍ରଚାରରେ କାମ କରି ଚାଲିଛନ୍ତି । Advertisement
ପୌରାଧକ୍ଷ ଭାବେ ଅକ୍ଷୟ ନେଲେ ଦାୟିତ୍ଵ ଗ୍ରହଣ ଅନୁଗୁଳ – ଅନୁଗୁଳ ପୌରପାଳିକାର ପୌରାଧକ୍ଷ ଭାବେ ଅକ୍ଷୟ କୁମାର ସାମନ୍ତ ବୁଧବାର ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସାମନ୍ତ ବିଜୟୀ ବିଜେଡି କାଉନସିଲର ଏବଂ…
ତୈଳ ଦର ବୃଦ୍ଧି ପ୍ରତିବାଦ – କଂଗ୍ରେସର ଅଭିନବ ବିକ୍ଷୋଭ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ତୈଳ ଦର ବୃଦ୍ଧି ପ୍ରତିବାଦରେ ଅଭିନବ ବିକ୍ଷୋଭ କରିଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ଶଗଡ଼ ଗାଡ଼ି ଓ ସାଇକେଲ…
ବିଜେପିର ମିଶ୍ରଣ ପର୍ବ – ଅନ୍ୟ ଦଳରୁ ୪୦୦ରୁ ଊର୍ଦ୍ଧ୍ଵ କର୍ମୀ ଦେଲେ ଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିପଟା ହାଟପଡିଆ ଠାରେ ଶୁକ୍ରବାର ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ…